ଛେଳି ମାଲିକ ବନାମ ଖଣି ମାଲିକ

ଅଣାକାର

ତାଳଚେର ନିକଟସ୍ଥ କୌଣସି ଏକ ଗାଆଁର ଗୋଟିଏ ଛେଳି ସହ କୋଇଲା ବୋଝେଇ ଟ୍ରକର ଧକ୍କା ହେଲା। ଛେଳିଟି ମରିଗଲା। ତାର ମୃତ୍ୟୁ ଯୋଗୁଁ ସେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଲା। ଦୁର୍ଘଟଣାଟି ଘଟିଥିଲା ସେପ୍ଟେମ୍ବର ୨୦୧୯ର ଶେଷ ଆଡ଼କୁ। ସେଇ ଟ୍ରକ୍‌ରେ ସେଠାକାର ଖଣିରୁ କୋଇଲା ପରିବହନ କରାଯାଉଥିଲା।

ସ୍ଥାନୀୟ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ତାଳଚେରର ସ˚ପୃକ୍ତ ଖଣିର ‘ସାଇଡ଼ିଙ୍ଗସ୍‌’ର ନିଷିଦ୍ଧାଞ୍ଚଳ ମଧୢକୁ ପ୍ରବେଶ କଲେ। ଵାର୍କି˚ ଜୋନ ବା କାମ କରାଯାଉଥିବା ଅଞ୍ଚଳ ବା କ୍ଷେତ୍ରକୁ କେବଳ ଅଧିକୃତ ବ୍ୟକ୍ତିମାନଙ୍କୁ ପ୍ରବେଶ ଅଧିକାର ଦିଆଯାଇଥାଏ, ଯେଉଁମାନେ ସେଠାରେ ବିଶେଷ କାର୍ଯ୍ୟ କରିବାକୁ ତାଲିମପ୍ରାପ୍ତ ହୋଇଥାନ୍ତି। ସେଠାରେ ବାହାର ଲୋକଙ୍କ ଜବରଦସ୍ତ ଉପସ୍ଥିତି ଯୋଗୁଁ ଖଣିଗୁଡ଼ିକର ନିରାପତ୍ତା ପ୍ରତି ବିପଦ ଦେଖା ଦେବାର ଆଶଙ୍କା ଥିଲା। ଏହା ନିଶ୍ଚିତ ଭାବେ ଏକ ଗମ୍ଭୀର ମାମଲା।

ଗ୍ରାମର ପ୍ରତିବାଦକାରୀଙ୍କ ମୁଖ୍ୟ ଦାବି ଥିଲା-ଟ୍ରକ୍‌ ଦୁର୍ଘଟଣାରେ ମୃତ ଛେଳିଟି ସେମାନଙ୍କ ଗାଁର ଏବ˚ ସେଥିଲାଗି ୬୦,୦୦୦ ଟଙ୍କାର କ୍ଷତି ପୂରଣ ମହାନଦୀ କୋଲ୍‌ ଫିଲ୍‌ଡ଼ (ଏମସିଏଲ୍‌) ପକ୍ଷରୁ ଦେବାକୁ ପଡ଼ିବ। କିନ୍ତୁ କୋଲ୍‌ ଫିଲ୍‌ଡ଼ କର୍ତ୍ତୃପକ୍ଷ କହିଲେ ଯେ, ଉକ୍ତ ଅଶାନ୍ତି ଓ ଜନ ଆନ୍ଦୋଳନ ଫଳରେ ସାଢେ଼ ତିନି ଘଣ୍ଟା ଖଣି-କାର୍ଯ୍ୟ ବନ୍ଦ ହେଲା। ଏହାଦ୍ବାରା ସେମାନେ ପ୍ରବଳ କ୍ଷତିଗ୍ରସ୍ତ ହେଲେ। ଏହାର ବିବରଣୀ ମଧୢ ସେମାନେ ପ୍ରକାଶ କରିଥିଲେ। କୋଇଲା ପରିବହନ ହୋଇ ନ ପାରିବାରୁ ୨.୬୮ କୋଟି ଟଙ୍କାର କ୍ଷତି ହେଲା। ଏହାର ହିସାବ ହେଲା ସାଇଡ଼ି˚ରୁ ନିର୍ଦ୍ଦିଷ୍ଟ ପରିମାଣର କୋଇଲା ରେଳବାଇକୁ ଯୋଗାଣ କରାଯାଇ ନ ପାରିବା କାରଣରୁ ଯଥାକ୍ରମେ ୧.୪୦ କୋଟି ଓ ୧.୨୮ କୋଟି ଟଙ୍କାର କ୍ଷତି।

ହୁଏତ କେହି କେହି ଯୁକ୍ତି କରି ପାରନ୍ତି ଯେ, ସାମାନ୍ୟ ଛେଳିଟି ପାଇଁ ଏତେ ତମ୍ବି ତୋଫାନ କାହିଁକି? କିନ୍ତୁ, କଥାଟା ଏତେ ସାଧାରଣ ବି ନୁହେଁ। ଦେଖନ୍ତୁ, ଦଳେ ଛେଳି ମାଲିକଙ୍କ ପକ୍ଷରେ ଥିଲା ବେଳକୁ ଆଉ ଦଳେ ଥିଲେ ଖଣି ମାଲିକଙ୍କ ପକ୍ଷରେ। ଯେଉଁଠି ଦୁଇ ମାଲିକଙ୍କ ଭିତରେ ଲଢେ଼ଇ ହୁଏ, ସେଠି ମାଲିକାନାର ଅହ˚ ମୁଣ୍ତକୁ ଚଢେ଼। ସାଧାରଣ ବିଚାର କହେ ଏ ଲଢେ଼ଇରେ ଛେଳି ମାଲିକଙ୍କ ବିଶେଷ କିଛି ହରାଇବାର ନ ଥିଲା। ତେଣୁ ତାଙ୍କର ବିଶେଷ ବ୍ୟସ୍ତ ହେବାର ନ ଥିଲା। ଅଧିକ କ୍ଷତି ସହିଲେ ଖଣି ମାଲିକ। ଯଦି ମୂଳରୁ ମୂଲଚାଲ କରି ଷାଠିଏ ହଜାର ଟଙ୍କାକୁ ଟିକିଏ କମେଇ ଦେଇ ପାରିଥାଆନ୍ତେ ତେବେ ହୁଏତ ଦୁଇ କୋଟି ଟଙ୍କା ହରାଇବାକୁ ପଡ଼ି ନଥାଆନ୍ତା! କିନ୍ତୁ ଏଭଳି ବୁଦ୍ଧି ପରବର୍ତ୍ତୀ ସମୟ‌େର ହିସାବକିତାବ ପରେ ମୁଣ୍ତକୁ ଢୁକେ। ଯୁଦ୍ଧ ସମୟରେ ତ ସଭିଏଁ ନଛୋଡ଼ବନ୍ଦା!

ମୋ-୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର