ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସ˚ଖ୍ୟା ସର୍ବାଧିକ

ଚାକିରି, ଉଦ୍ୟୋଗ, ବ୍ୟବସାୟ-ବଣିଜ ତଥା ଅନ୍ୟାନ୍ୟ ସୁବିଧା-ସୁଯୋଗ ହାସଲ ପାଇଁ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବା ନୂଆ କଥା ନୁହେଁ। ସତୁରି ଦଶକ ପରେ ପରେ ଆରମ୍ଭ ହୋଇଥିବା ଏହି ଧାରା କ୍ରମେ ସାରା ବିଶ୍ବ ପାଇଁ ଏକ ନିୟମିତ ପ୍ରବାହରେ ପରିଣତ ହେଲାଣି। ଏହା ଦ୍ବାରା ବିଭିନ୍ନ ଦେଶରେ ପ୍ରବାସୀମାନଙ୍କ ସ˚ଖ୍ୟା ବଢ଼ୁଛି।

ଏକ ଆକଳନ ଅନୁସାରେ ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସ˚ଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି। ସାରା ବିଶ୍ବରେ ମୋଟ ପ୍ରବାସୀଙ୍କ ସଂଖ୍ୟା ୨୭ କୋଟି ୨୦ ଲକ୍ଷ। ସେମାନଙ୍କ ମଧରେ ପ୍ରବାସୀ ଭାରତୀୟଙ୍କ ସ˚ଖ୍ୟା ୧ କୋଟି ୭୫ ଲକ୍ଷ। ଏହି ତାଲିକାରେ ଥିବା ପ୍ରଥମ ୧୦ଟି ଦେଶର ପ୍ରବାସୀଙ୍କ ସ˚ଖ୍ୟା ମୋଟ ଅନ୍ତର୍ଜାତୀୟ ପ୍ରବାସୀ ସଂଖ୍ୟାର ଏକ-ତୃତୀୟା˚ଶ। ଏହି ତାଲିକାରେ ପ୍ରଥମ ସ୍ଥାନରେ ଭାରତ ଥିବା ବେଳେ ଦ୍ବିତୀୟ ସ୍ଥାନରେ ମେକ୍ସିକୋ(୧୧.୮) ନିୟୁତ ଏବ˚ ତୃତୀୟରେ ଚୀନ୍‌ (୧୦.୭ ନିୟୁତ)ରହିଛି। ଏହି ତାଲିକାରେ ଥିବା ଅନ୍ୟ ଦେଶଗୁଡ଼ିକ ମଧୢରେ ରହିଛନ୍ତି ରୁଷିଆ, ସିରିଆ, ବା˚ଲାଦେଶ, ପାକିସ୍ତାନ, ୟୁକ୍ରେନ୍‌, ଫିଲିପିନ୍‌ସ ଏବ˚ ଆଫଗାନିସ୍ତାନ।

ଅନ୍ୟପକ୍ଷରେ ଭାରତ ଚଳିତ ବର୍ଷ ୫୧ ଲକ୍ଷ ବହିରାଗତଙ୍କୁ ସ୍ଥାନ ଦେଇଛି। ୨୦୧୦ରୁ ଭାରତରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସ˚ଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଏବେ ଆମ ଦେଶରେ ବହିରାଗତଙ୍କ ସ˚ଖ୍ୟା ମୋଟ ଜନସ˚ଖ୍ୟାର ୦.୪ ଶତା˚ଶ ହୋଇଥିବା ବେଳେ ମହିଳାଙ୍କ ସ˚ଖ୍ୟା ୪୮.୮ ପ୍ରତିଶତ। ଭାରତରେ ରହୁଥିବା ବହିରାଗତଙ୍କ ଭିତରେ ସର୍ବାଧିକ ହେଲେ ବା˚ଲାଦେଶ, ପାକିସ୍ତାନ ଓ ନେପାଳର ଅଧିବାସୀ। ସେହି ରିପୋର୍ଟ‌୍‌ରେ ମଧୢ ଦର୍ଶାଯାଇଛି ଯେ ୨୦୧୯ରେ ୟୁରୋପରେ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ପ୍ରବାସୀ (୮୨ନିୟୁତ) ଅଛନ୍ତି।

ସମ୍ବନ୍ଧିତ ଖବର