ଜରାଗ୍ରସ୍ତ ସାଧୁ

କଥାଟିଏ - ଯାଯାବର

ଜଣେ ଜେନ୍‌ ଗୁରୁ ଥିଲେ। ସେ ଅତି ବୁଢ଼ା ହୋଇ ବେମାର ପଡ଼ିଲେ। ଏତେ ବେମାର ପଡ଼ିଲେ ଯେ ତାଙ୍କ ଲାଗି ଉଠିବା ବସିବା ବି ଅସମ୍ଭବ ହୋଇ ପଡ଼ିଲା। ଏ ଖବର ପାଇ ତାଙ୍କ ହିତାକା˚କ୍ଷୀମାନେ ତାଙ୍କୁ ଦେଖିବାକୁ ଗଲେ।

ସେମାନେ ଦେଖିଲେ ଯେ ଜେନ୍‌ ଗୁରୁଙ୍କ ମୁହଁରେ ସବୁ ଦିନ ଭଳି ହସ ଲାଗି ରହିଛି। ଜଣେ କହିଲା- ଆପଣ ବେମାର ଥିବା ଶୁଣି ଆସିଲୁ। ଆପଣଙ୍କୁ କଅଣ ବହୁତ କଷ୍ଟ ହେଉଛି?

ଗୁରୁ କହିଲେ- ବେମାର? କାଇଁ ନାଇଁ ତ! ହଁ ଏୟା ହୋଇଛି ଯେ ମୁଁ ଆଗ ଭଳି ଆଉ ଚାଲିବୁଲି ପାରୁନାହିଁ। ମୋ ଗୋଡ଼ ହାତ ଚାଲୁନାହିଁ। ମୋ ମେରୁଦଣ୍ତ ଏମିତି ଭାବେ ବଙ୍କେଇ ଯାଇଛି, ସତେ ଯେମିତି ମୋର ଗୋଟିଏ କୁଜ ବାହାରିଛି। ମୋ ଦାନ୍ତ ବୋଲି କିଛି ନାହିଁ। କିନ୍ତୁ ମୁଁ ଭାବୁଛି ମୋତେ ଭଗବାନ ବୋଧହୁଏ ଆଉ ଏକ ନୂଆ ରୂପ ଦେବାକୁ ଚାହୁଁଛନ୍ତି।

ଏହା ଶୁଣି ଜଣେ ହିତାକା˚କ୍ଷୀ କହିଲା- ଏ ସବୁ ତ ରୋଗର ଲକ୍ଷଣ!

ଗୁରୁ କହିଲେ- କହିଲି ପରା, ମୁଁ ଭାବୁଛି ଭଗବାନ ମୋତେ ଆଉ ଗୋଟିଏ ଅଲଗା ରୂପ ଦେବାକୁ ଚାହୁଁଛନ୍ତି। ଧର କାଲି ମୋ ହାତକୁ ଭଗବାନ ବଇଁଶୀ ଭଳି କରିଦେଲେ, ମୁଁ ତାହା ବଜାଇବି। ଯଦି ତାକୁ ତେଣ୍ଟା ଭଳି କରିଦେଲେ, ମୁଁ ସେଥିରେ ଶିକାର କରିବା ଆରମ୍ଭ କରିବି। କିଏ ଜାଣେ ଭଗବାନଙ୍କ ମନରେ କଅଣ ଅଛି?

ତା ପରେ ସେ କହିଲେ- ମୁଁ ଜରାଗ୍ରସ୍ତ। ଏବ˚ ମୃତ୍ୟୁ ଆଡ଼କୁ ଯାଉଛି। ଏହାକୁ ଆନନ୍ଦର ସହିତ ଗ୍ରହଣ କରିନେଲେ କଥା ଶେଷ।

ସମ୍ବନ୍ଧିତ ଖବର