ଦୁଇ ସାଧୁ

କଥାଟିଏ - ଯାଯାବର

ଥରେ ଜଣେ ସାଧୁ ଗୋଟିଏ ଛୋଟ ସହରରେ ପହଞ୍ଚି ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ରାତ୍ରି ଯାପନ କଲେ। ସାଧୁ ଥିଲେ ପରମ କ୍ରୋଧୀ ଏବ˚ ତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ଥିଲା। ସତ୍କାରରେ ଟିକିଏ ତ୍ରୁଟି ତାଙ୍କର ବରଦାସ୍ତଯୋଗ୍ୟ ନ ଥିଲା। ତାଙ୍କ ସହିତ ଥିବା ଚେଲା ଏଇ କଥା ଗୃହସ୍ବାମୀଙ୍କୁ ଆଗରୁ କହି ଚେତାଇ ଦେଇଥିଲା। ସାଧୁଙ୍କୁ ଚର୍ଚ୍ଚା କଲା ବେଳେ ଗୃହସ୍ବାମୀ ଅସଲ ସ୍ବାଦଟି ପାଇଲେ। ସାଧୁ ଯାହା ଲୋଡୁଥିଲେ, ତାହା ସେ ଛୋଟ ସହରରେ ଉପଲବ୍‌ଧ ନ ଥିଲା। ବହୁତ ହଇରାଣ ହୋଇ ଗୃହସ୍ବାମୀ ଯାହା କିଛି ଯୋଗାଡ଼ କରିପାରିଲେ, ସେଥିରେ ସାଧୁ ମହାତ୍ମାଙ୍କ ମନ ମାନିଲା ନାହିଁ। ସକାଳେ ଅହ˚କାରୀ ସାଧୁ ଅସନ୍ତୁଷ୍ଟ ହୋଇ ବିଦାୟ ନେଲା ପରେ ଭଦ୍ରଲୋକ ଶାନ୍ତିରେ ନିଃଶ୍ବାସ ମାରିଲେ। ଭଦ୍ରଲୋକଙ୍କ ପତ୍ନୀ କହିଲେ- ଏତେ ଅହ˚କାରୀ ବ୍ୟକ୍ତି ସାଧୁ ପଦବାଚ୍ୟ ନୁହେଁ।

କିଛି ବର୍ଷ ଗଲା। ସେହି ଭଦ୍ରବ୍ୟକ୍ତିଙ୍କ ଘରେ ଆଉ ଜଣେ ସାଧୁ ରାତ୍ରିଯାପନ କଲେ। ସେ ଥିଲେ ନିହାତି ସରଳ। ତାଙ୍କ ଶିଷ୍ୟ ଭଦ୍ରବ୍ୟକ୍ତିଙ୍କ ପତ୍ନୀଙ୍କୁ ଆଗରୁ କହି ଦେଇଥିଲା- ମା’ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମ ଗୁରୁ ନିହାତି ସରଳ। ତାଙ୍କ ଲାଗି ବିଶେଷ କିଛି ଦରକାର ନାହିଁ। ଯାହା ଖାଦ୍ୟ ଦେଲେ ସେ ଖାଇବେ କେବଳ ରାତିରେ ଲିଟରେ ଛେଳି କ୍ଷୀର ପିଇବେ। ସେ ବୈରାଗୀ। ଗଦିରେ ଶୋଇବା କାର୍ଯ୍ୟଟିକୁ ବିସର୍ଜନ କରିଛନ୍ତି। ତାଙ୍କ ଲାଗି ଦୂବ ମସିଣାଟିଏ ଦରକାର। ସେ ଦିନ ରାତିରେ ଭଦ୍ରବ୍ୟକ୍ତି ସେଇ ଛୋଟ ସହରରେ ଛେଳି କ୍ଷୀର ଓ ଦୂବ ମସିଣା ଲାଗି ଘୂରି ଘୂରି ନୟାନ୍ତ ହେଲେ ସିନା ପାଇଲେ ନାହିଁ। ବୈରାଗୀ ସାଧୁ ଅସନ୍ତୁଷ୍ଟ ହୋଇ ଗଦିରେ ଶୋଇବାକୁ ବାଧୢ ହେଲେ।

ସକାଳୁ ସେ ଗଲା ପରେ ଗୃହସ୍ବାମୀ ତାଙ୍କ ପତ୍ନୀଙ୍କୁ କହିଲେ- ଏମିତି ଦେଖିଲେ ଏ ସାଧୁ ହେଉଛନ୍ତି ସେ ସାଧୁଙ୍କର ବିପରୀତ। କିନ୍ତୁ ଦୁହେଁ ଆପଣା ଆପଣା ବାଟେ ଅସମ୍ଭବ ଅହ˚କାରୀ। ଏ ସାଧୁଙ୍କର ବୈରାଗ୍ୟର ଅହ˚କାର ଅଧିକ ବିପଜ୍ଜନକ।

ସମ୍ବନ୍ଧିତ ଖବର

Comments are closed.