ପିତା ହେବାର ଶିକ୍ଷା

କଥାଟିଏ - ଯାଯାବର

ପିଲା ଟିକିଏ ବଡ଼ ହୋଇ ଆସିଲା ବେଳକୁ ତାକୁ କେମିତି ଉପଯୁକ୍ତ ଶିକ୍ଷା ଓ ସ˚ସ୍କାର ଦେଇ ବଢ଼ାଇବେ ସେ ନେଇ ବାପା ଓ ମାଆ ବ୍ୟସ୍ତ ହୋଇପଡ଼ିଲେ। ସେମାନେ ସ୍ଥିର କଲେ ଯେ ପିଲାକୁ ଅଧିକ ଗେଲବସର ନ କରି ଦରକାର ପଡ଼ିଲେ ଦଣ୍ତ ଦେଇ ତାଙ୍କୁ ଶୃଙ୍ଖଳିତ, ମାର୍ଜିତ ତଥା ସୁସ˚ସ୍କୃତ କରିବେ। ସେମାନେ ତାହା ମଧୢ କଲେ। କ୍ରମେ ପିଲାଟି ବଡ଼ ହେଲା। କିନ୍ତୁ ବାପା, ମାଆ ଦେଖିଲେ ଯେ ସେମାନଙ୍କ ଉଦ୍ୟମ ବିଶେଷ ଫଳ ଦେଲା ନାହିଁ। ପିଲାଟି ସେମାନଙ୍କୁ ଭୟ କଲା। ବିଭିନ୍ନ କଥା ଲୁଚାଇଲା। ଦଣ୍ତରୁ ବର୍ତ୍ତିବା ଲାଗି ମିଛ କହିଲା। ଆହୁରି ବଡ଼ ହେବା ପରେ ବାପାମାଆଙ୍କ ପରିଣତ ବୟସରେ ସେମାନଙ୍କ ସହିତ ପିଲାର ସ˚ପର୍କ ମଧୢ ଭଲ ରହିଲା ନାହିଁ।

ଏଥିରେ ବ୍ୟଥିତ ବାପା ମାଆ ସେମାନଙ୍କର କେଉଁଠାରେ ଭୁଲ ରହିଗଲା ବୋଲି ସମୀକ୍ଷା କରିବା ସହିତ ଜଣେ ଗୁରୁଙ୍କୁ ଭେଟିଲେ।

ଗୁରୁ କହିଲେ- ଆହା, ଏ କଥା ତୁମେ ମୋତେ ପଚିଶ ବର୍ଷ ଆଗରୁ ହେଲେ ପଚାରିଥାଆନ୍ତ!। ପିଲାଙ୍କୁ ମଣିଷ କରିବାର ସବୁଠାରୁ ସରଳ ବାଟ ହେଲା ଯେବେ ଠାରୁ ତୁମେ ତାକୁ ଶିକ୍ଷା ଦେବାର ସମୟ ଆସିଗଲା ବୋଲି ଜାଣିବ, ସେଇ ସମୟରୁ ତୁମେମାନେ ପ୍ରଥମେ ନିଜକୁ ମାର୍ଜିତ, ସୁସ˚ସ୍କୃତ ଓ ଶୃଙ୍ଖଳିତ କରିବ। ତୁମେ ତୁମ ସନ୍ତାନକୁ ଗଢ଼ିବା ବେଳ ହେଉଛି ପ୍ରକୃତରେ ତୁମେ ନିଜକୁ ନିଜେ ଗଢ଼ିବାର ବେଳ। ପୁତ୍ର ସନ୍ତାନଟି ସହିତ ତୁମ ପିତୃତ୍ବର ମଧୢ ଜନ୍ମ ହୋଇଥିଲା। କିନ୍ତୁ ତୁମେ ତାହା ଭୁଲିଗଲ। ତୁମେ ତୁମର ପିତୃତ୍ବକୁ ଏମିତି ଭାବେ ଗ୍ରହଣ କଲ ସତେ ଯେମିତି ତୁମେ ପିତା ହେବାର ସବୁ କଳାକୌଶଳ ଆୟତ୍ତ କରି ସାରିଛ। ତାହା ହିଁ ତୁମର ଭୁଲ। ପିତା ହେବା ଲାଗି ତୁମକୁ ମଧୢ ବହୁତ କିଛି ଶିଖିବାର ଅଛି।

ସମ୍ବନ୍ଧିତ ଖବର

Comments are closed.