ସ୍ନେହର ଡୋରି

କଥାଟିଏ - ଯାଯାବର

ଗୋଟିଏ ସର୍କସରେ କୁକୁରଟିଏ ଖେଳ ଦେଖାଉଥାଏ। ସେ ଖାଇପିଇ ବେଶ୍‌ ମୋଟାସୋଟା ହୋଇଥାଏ। କିନ୍ତୁ ତା ମନ ସରସ ନ ଥାଏ। କାରଣ ସର୍କସର ରି˚ ମାଷ୍ଟର ଥାଏ ବହୁତ କଡ଼ା ସ୍ବଭାବର। ଖେଳ ଦେଖାଇବାରେ ଭୁଲ କଲେ ରି˚ ମାଷ୍ଟରର ମାଡ଼ ପଡ଼ୁଥାଏ। ତା ଛଡ଼ା ରି˚ ମାଷ୍ଟର ତାକୁ ବାରମ୍ବାର ମାଡ଼ ମାରିବାର ଭୟ ଦେଖାଉଥାଏ।

ଯେଉଁଠି ସର୍କସ ଚାଲିଥାଏ, ସେ ପାଖରେ ମୋଚିଟିଏ ବସୁୁଥାଏ। ମୋଚି ସହିତ ତା ପୋଷା କୁକୁର ପ୍ରତିଦିନ ଆସି ସେଠାରେ ବସି ରହେ। କାମ ସରିବା ପରେ ମୋଚି ସହିତ ସେ ଘରକୁ ଫେରେ। ସେ ଦିଶୁଥାଏ ଦୁର୍ବଳ। ମୋଚି ଦରିଦ୍ର ଥିବାରୁ କୁକୁରଟିକୁ ଖାଇବାକୁ ଦେଇପାରୁ ନ ଥାଏ। କିନ୍ତୁ କୁକୁରକୁ ସେ ପ୍ରାଣଠାରୁ ବଳି ଅଧିକ ଭଲ ପାଉଥାଏ।

ସର୍କସ କୁକୁର ଏବ˚ ମୋଚିର କୁକୁର ଭିତରେ ବନ୍ଧୁତା ଜନ୍ମିଲା। ଦୁହେଁ ସର୍କସର ତାର ଜାଲି ବାଡ଼ ପାଖରେ ଠିଆ ହୋଇ ଦୁଃଖସୁଖ ହୁଅନ୍ତି। ଦିନେ ସର୍କସର କୁକୁରକୁ ମୋଚିର କୁକୁର କହିଲା- ଭାଇ ତୁମେ ବାହାରକୁ ଆସୁନା କାହିଁକି?

ସର୍କସ କୁକୁର କହିଲା- ମୋର ଭାରି ଇଚ୍ଛା। ହେଲେ ରି˚ ମାଷ୍ଟରକୁ ଭୟ। ସେ ଦେଖିଲେ ବହୁତ ପିଟିବ। ତେଣୁ ଫାଟକ ଖୋଲା ଥିଲେ ବି ମୁଁ ବାହାରକୁ ଯିବାକୁ ସାହସ କରେନା। ଆଚ୍ଛା ବନ୍ଧୁ, ତୁମେ ତ ଜାତିଆ କୁକୁର ଭଳି ଦିଶୁଛ। ଆମ ପଟକୁ ଆସୁନା? ସେଠି ତୁମେ ନଖାଇ ନ ପିଇ ମଲାଙ୍କ ଭଳିଆ ହେଲଣି। ଏଠି ଅନ୍ତତଃ ବଢ଼ିଆ ଖାଇବାକୁ ପାଇବ।

ମୋଚିର କୁକୁର କହିଲା- ଭାଇ ଏ ପଟେ ଖାଇବାକୁ ନ ପାଇ ମରିଗଲେ ବି ମୁଁ କୁଆଡେ଼ ଯିବି ନାହିଁ। ତୁମେ ଭୟ ଦ୍ବାରା ବନ୍ଧା। କିନ୍ତୁ ମୁଁ ସ୍ନେହ ଦ୍ବାରା ବନ୍ଧା। ପ୍ରଭେଦଟି ହେଲା, ତୁମ ମାଷ୍ଟର ତୁମକୁ ମୁକ୍ତ କରିଦେଲେ ତୁମେ ବାହାରକୁ ଚାଲିଆସିବ। କିନ୍ତୁ ମୋ ମାଲିକ ଯଦି କେଉଁଠି ଭଲ ଖାଇବାକୁ ମିଳିବ ବୋଲି ମୋତେ ଜବରଦସ୍ତ କୁଆଡେ଼ ପଠାଇବ, ତେବେ ବି ମୁଁ ତାକୁ ଛାଡ଼ି ଯିବିନାହିଁ।

ସମ୍ବନ୍ଧିତ ଖବର