ଭାଷା ଶିକ୍ଷା- ଜୋର ଜବରଦସ୍ତି ବନାମ ଆଗ୍ରହ

ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ

ଏବେ ଖବରକାଗଜଗୁଡ଼ିକରେ ଭାଷା ବିବାଦ ବିଷୟରେ ଖବର ଓ ଲେଖା ବାହାରିଛି। ଭାରତର ଗୃହମନ୍ତ୍ରୀ ଗୋଟିଏ ଦେଶ ଗୋଟିଏ ଭାଷା ଡାକରା ଦେଇଛନ୍ତିି। କିନ୍ତୁ ଏହା ପ୍ରାକୃତିକ ନିୟମର ବିରୋଧୀ। କୌଣସି ସ୍ବାଭାବିକ ଭାଷା ଗୋଟିଏ ଭୌଗୋଳିକ ଅ˚ଚଳରେ ବନ୍ଧା ନୁହେଁ। କୌଣସି ଭାଷାର ସୀମା ବୋଇଲେ ଯାହା, ରାଜନୈତିକ, ଜାତି ବା ଗୋଷ୍ଠିଗତ, ଧାର୍ମିକ, ଶ୍ରେଣୀଭିତ୍ତିିକ ସୀମା ତାହା ନୁହେଁ। ଭୂଗୋଳ ଓ ରାଜନୀତି ମଧୢରେ ସୃଷ୍ଟି ହେଉଥିବା ସ˚ଘର୍ଷ ବୁଝିବାକୁ ହେଲେ ଏହି କଥା ବୁଝିବା ଦରକାର। ବହୁଭାଷିକ ଓ ବହୁ ସା˚ସ୍କୃତିକ ଦେଶକୁ ବୁଝିବାକୁ ହେଲେ ଏଥିରେ ଥିବା ବହୁବିଧତା ଏବ˚ ବିବିଧତା ବିଷୟରେ ଜାଣିବା ଦରକାର। ଏହାକୁ ଧରି ରଖିବାର ସୂତ୍ର ହେଉଛି ପାରସ୍ପରିକତା ଓ ପରିପୂରକତା।

ହିନ୍ଦୀକୁ ଘେନି ଯେଉଁ ବିବାଦର ସୃଷ୍ଟି ହେଉଛି, ମୂଳତଃ ତାହା ଅଜ୍ଞାନତାରୁ ସୃଷ୍ଟି ହୋଇଛି। ହିନ୍ଦୀ ବିରୋଧର ପେଣ୍ଠସ୍ଥଳ ତାମିଲନାଡୁ ଓ ପଡେ଼ାଶୀ ଆନ୍ଧ୍ରପ୍ରଦେଶକୁ ଧରି ଏଠି ଏହି ବିବାଦ ଉପରେ ଆଲୋକପାତ କରିବାର ଚେଷ୍ଟା କରାଯାଇଛି।

୧୯୫୨ରେ ପଣ୍ତିତ ଜବାହରଲାଲ ନେହରୁ ହାଇଦ୍ରାବାଦରେ ଥିବା ଓସମାନିଆ ବିଶ୍ବବିଦ୍ୟାଳୟକୁ ହିନ୍ଦୀ ମାଧୢମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରିବା ପାଇଁ ପ୍ରସ୍ତାବ ଆଗତ କଲେ। ସେତେବେଳେ ଏକ ବିରାଟ ଛାତ୍ର ଆନ୍ଦୋଳନ ମୁଣ୍ତ ଟେକିଲା। ଏଇ ଆନ୍ଦୋଳନ ଊର୍ଦ୍ଦୁ କିମ୍ବା ତେଲୁଗୁ ସପକ୍ଷରେ ନଥିଲା, ସେମାନଙ୍କର ଆନ୍ଦୋଳନ ଇ˚ରେଜୀ ମାଧୢମ ନରହିବା ବିରୋଧରେ ଥିଲା।

ଆନ୍ଧ୍ରପ୍ରଦେଶରେ କେବେହେଲେ ହିନ୍ଦୀ ତେଲୁଗୁ ବିବାଦ ହୋଇନାହିଁ। ତରବରିଆରେ ହିନ୍ଦୀ ମାଧୢମ ଥୋପି ଦେବା ଅସନ୍ତୋଷର କାରଣ। ତାମିଲନାଡୁ ଓ କର୍ଣ୍ଣାଟକର ସ୍କୁଲରେ ହିନ୍ଦୀକୁ ବାଧୢତାମୂଳକ କରିବା ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଆନ୍ଧ୍ର ଓ ତେଲେଙ୍ଗାନାରେ ହିନ୍ଦୀ ବିରୋଧୀ ମନୋଭାବ ତ ନାହିଁ, ବର˚ ହାଇଦ୍ରାବାଦର ସବୁ ସ୍କୁଲରେ ହିନ୍ଦୀ ପଢ଼ାଯାଉଛି।

ତେଲୁଗୁମାନଙ୍କର ହିନ୍ଦୀ ପ୍ରତି କୋହଳ ମନୋଭାବ ପଛରେ ଐତିହାସିକ ଓ ଭୌଗୋଳିକ କାରଣ ଅଛି। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଦ୍ବିଭାଷିକ ରାଜ୍ୟ। ଏଠି ଲୋକଙ୍କର ଭାଷା ହିନ୍ଦୁସ୍ଥାନୀ (ଊର୍ଦ୍ଦୁ) ଓ ତେଲୁଗୁ। ଫେବ୍ରୁଆରି ୨୧, ୧୮୮୪ରେ ହାଇଦ୍ରାବାଦ ନିଜାମ ମିର ମେହବୁବ ଅଲି ଖାନ, ରାଜ୍ୟ ଭାଷା ଫାରସୀ(ପାର୍ସୀ)କୁ ବଦଳେଇ ଊର୍ଦ୍ଦୁ କଲେ, ସେତେବେଳେ ଊର୍ଦ୍ଦୁ ବିରୋଧୀ ମନୋଭାବ ପ୍ରକାଶ ପାଇଥିଲା ଏବ˚ ଓସମାନିଆ ବିଶ୍ବ ବିଦ୍ୟାଳୟରେ ଊର୍ଦ୍ଦୁ ମାଧୢମ ଶିକ୍ଷାର ବିରୋଧ କରାଯାଇଥିଲା।

ନେହରୁ ସରକାର ୧୯୬୨ରେ ଓସମାନିଆକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରିବା ଏବ˚ ହିନ୍ଦୀକୁ ମୁଖ୍ୟ ଭାଷା କରିବା ପ୍ରସ୍ତାବକୁ ପ୍ରତ୍ୟାହାର କରିନେଲେ। ସେତେବେଳେ ଊର୍ଦ୍ଦୁ ବିଶ୍ବବିଦ୍ୟାଳୟ ଶିକ୍ଷାର ମାଧୢମ ଥିଲା। କିନ୍ତୁ ହାଇଦ୍ରାବାଦରେ ପୁଲିସ ଚଢଉ ପରେ ଇ˚ରେଜୀ ମାଧୢମରେ ପଢେଇ଼ବା ପାଇଁ ବିଶ୍ବବିଦ୍ୟାଳୟକୁ ପରୋକ୍ଷ ନିର୍ଦ୍ଦେଶ ଦିଆଗଲା। ଚାରି ବର୍ଷ ପରେ ପୁଣିଥରେ ମାଧୢମ ବଦଳେଇ ହିନ୍ଦୀ ମାଧୢମ ଥୋପିବାକୁ ଛାତ୍ରମାନେ ନାପସନ୍ଦ କରିବା ସ୍ବାଭାବିକ।

ଆନ୍ଧ୍ର ଓ ତେଲେଙ୍ଗାନାରେ ଭାଷା ଆନ୍ଦୋଳନ ତାମିଲନାଡୁ ପରି ଉତ୍କଟ ନଥିଲା। ୧୬୯୧ରେ ହାଇଦ୍ରାବାଦ ଜନ୍ମ ହେବା କାଳରୁ ସେଠାରେ ବିଭିନ୍ନ ଭାଷାଭାଷୀ, ବିଭିନ୍ନ ଧର୍ମର ଲୋକେ ରହୁଥିଲେ। ତେଲୁଗୁ, ମରାଠୀ, କନ୍ନଡ଼ ଓ ହିନ୍ଦୀ ଊର୍ଦ୍ଦୁ ଭାଷୀ ହାଇଦ୍ରାବାଦର ବାସିନ୍ଦା ଥିଲେ। ନିଜାମ ନାସିର ଉଦ୍ଦୌଲାଙ୍କ ସମୟରେ ୧୮୫୫ରେ ଏକ ଓରିଏଣ୍ଟାଲ କଲେଜ ଖୋଲା ଯାଇଥିଲା, ଯେଉଁଠି ତେଲୁଗୁ ସାଙ୍ଗରେ ମରାଠୀ, ଇ˚ରେଜୀ, ଆରବୀ ଓ ଫାରସୀ ପଢ଼ା ଯାଉଥିଲା। ଅଣ ତେଲୁଗୁମାନେ ତେଲୁଗୁ ଭାଷାର ପୃଷ୍ଠପୋଷକ ଥିଲେ। ଦୁଇଜଣ ବ୍ରିଟିସ ପ୍ରଶାସକ, ସିପି ବ୍ରାଉନ ଓ ଜେପିଏଲ ଗ୍ବିନ ୧୮୫୬ ଏବ˚ ୧୮୯୧ରେ ତେଲୁଗୁ ଅଭିଧାନ ପ୍ରଣୟନ କରିଥିଲେ। ହିନ୍ଦୀ ପ୍ରତି କୋହଳ ମନୋଭାବର ଆଉ ଗୋଟିଏ କାରଣ ହେଉଛି ଯେ ତେଲୁଗୁ ରାଜନେତାମାନେ ଭାଷା ଅପେକ୍ଷା ସୀମା ବଢେ଼ଇବା ଉପରେ ଗୁରୁତ୍ବ ଦେଉଥିଲେ।

୧୯୧୮ରେ ଯେତେବେଳେ ଓସମାନିଆ ବିଶ୍ବବିଦ୍ୟାଳୟ ସ୍ଥାପିତ ହେଲା, ସେଥିରେ ସ˚ସ୍କୃତ, ତେଲୁଗୁ, ଫାରସୀ, ଆରବୀ ଏବ˚ ଊର୍ଦ୍ଦୁ ବିଭାଗ ଥିଲା। ପରେ ଏହା ସାଙ୍ଗରେ କନ୍ନଡ଼, ମରାଠୀ ଯୋଗ ହେଲା। ହାଇଦ୍ରାବାଦରେ ଲୋକେ ତେଲୁଗୁ, ଫାରସୀ, ଊର୍ଦ୍ଦୁ, ଦଖନୀ, ମରାଠୀ, କନ୍ନଡ଼ ଓ ହିନ୍ଦୀ କହନ୍ତି।

ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା ୧୯୧୮ରେ ମାନ୍ଦ୍ରାଜ (ମାଡ୍ରାସ) ଠାରେ ପ୍ରତିଷ୍ଠିତ ହୋଇଥିଲା। ଏହା ଦକ୍ଷିଣ ଭାରତର ରାଜ୍ୟ ଗୁଡ଼ିକରେ ହିନ୍ଦୀ ପ୍ରଚାର ପ୍ରସାର ଲକ୍ଷ୍ୟ ରଖିଥିଲା। ୨୦୦୯ରେ ୨,୧୮,୮୦୮ ଛାତ୍ରରୁ ଆରମ୍ଭ କରି ୨୦୧୮ରେ ୫,୭୦,୭୯୮ ଛାତ୍ର ବିଭିନ୍ନ ହିନ୍ଦୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ହିନ୍ଦୀର ପ୍ରସାର ପାଇଁ ସିବିଏସ୍‌ଇ ସ୍କୁଲ ବହୁ ଭାବରେ ଦାୟୀ। ଛତୁ ଫୁଟିଲା ପରି ଏହି ସ୍କୁଲ ତାମିଲନାଡୁରେ ବଢ଼ି ଚାଲିଲା। ୨୦୦୯ରେ ୯୮, ୨୦୧୫ରେ ୫୮୦ ଓ ୨୦୧୮ରେ ୯୨୯ ସ୍କୁଲର ଛାତ୍ର ସ˚ଖ୍ୟାରେ ବୃଦ୍ଧି ସହଜେ ଅନୁମାନ କରିହେବ। ହିନ୍ଦୀ ସିନେମା ତାମିଲନାଡୁରେ ଅତି ଲୋକପ୍ରିୟ। ୧୯୬୦ରୁ ହିନ୍ଦୀ ସିନେମାର ତାମିଲ ରୂପାନ୍ତରଣ ଆରମ୍ଭ ହୋଇଛି। ଚେନ୍ନାଇରେ ଗୋଟିଏ ଗୋଟିଏ ହିନ୍ଦୀ ସିନେମା ଶହେ ଦିନରୁ ଆରମ୍ଭ କରି ବର୍ଷେ ଯାଏ ଚାଲିବାର ଉଦାହରଣ ଅଛି। ହିନ୍ଦୀ ଗୀତ ମଧୢ ସେଠାରେ ବହୁଳ ଆଦୃତ। ରାଜନେତାମାନଙ୍କର ହିନ୍ଦୀ ବିରୋଧ ସତ୍ତ୍ବେ ମନୋର˚ଜନ କ୍ଷେତ୍ରରେ ଭାଷାଗତ ସମ୍ପର୍କ ମଉଳି ନାହିଁ।

ଭାରତର ବିଭିନ୍ନ ଭାଷାଭାଷୀ କ୍ଷେତ୍ରରେ ସେଇ ଏକା କଥା। ଅର୍ଥ ନବୁଝି ମଧୢ ହିନ୍ଦୀ ଗୀତ ଗୁଣୁ ଗୁଣାଉଛେ, ହିନ୍ଦୀ ସିନେମା ଉପଭୋଗ କରୁଛେ। ଏହି ଭଳି ମନୋର˚ଜନ କ୍ଷେତ୍ରରେ ହିନ୍ଦୀ ସମସ୍ତ ଦେଶକୁ ସମ୍ପର୍କ ସୂତାରେ ବାନ୍ଧି ରଖିବାରେ ସହାୟକ ହୋଇଛି। ହିନ୍ଦୀ ଭାରତର ସବୁ ଭାଷା ପରି ରାଷ୍ଟ୍ର ଭାଷା। କିନ୍ତୁ ଭାରତର ଏକମାତ୍ର ଲୋକ ଭାଷା ହିନ୍ଦୀକୁ ଅନ୍ୟାନ୍ୟ ଭାରତୀୟ ଭାଷା ଗୁଡ଼ିକର ବିରୋଧୀ କିମ୍ବା ଇ˚ରେଜୀର ବିରୋଧୀ ରୂପେ ଠିଆ କରେଇବା ଜାତୀୟ ସ୍ବାର୍ଥ ବିରୋଧୀ। ଭାଷାକୁ ନେଇ ରାଜନୀତି ତାହା ହିଁ କରୁଛି।

ସମ୍ବନ୍ଧିତ ଖବର