ସାମନ୍ତଙ୍କୁ ଆମେ କେତେ ଜାଣୁ?

ଡକ୍ଟର ପ୍ରହ୍ଲାଦ ଚନ୍ଦ୍ର ନାୟକ

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସି˚ହ ସାମନ୍ତ ହରିଚନ୍ଦନ ମହାପାତ୍ର ଥିଲେ ଜଣେ ମହାନ ଜ୍ୟୋତିିର୍ବିଦ୍‌ ଏବ˚ ଏ ରାଜ୍ୟର ସର୍ବଶ୍ରେଷ୍ଠ ବୈଜ୍ଞାନିକ। ଆମ ଦେଶରେ ବୈଦିକ ଯୁଗରୁ ଆରମ୍ଭ ହୋଇଥିବା ଭାରତର ମୌଳିକ ପାରମ୍ପରିକ ଜ୍ୟୋତିର୍ବିଜ୍ଞାନର ଜଣେ ସୁଦକ୍ଷ ସନ୍ଧାନୀ ଏବ˚ ସ୍ରଷ୍ଟା ଥିଲେ ସାମନ୍ତ ଚନ୍ଦ୍ର ଶେଖର। ଆମ ଦେଶର ମହାନ୍‌ ପ୍ରାଚୀନ ଜ୍ୟୋତିର୍ବିଦ୍‌ ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ ଓ ଭାସ୍କରାଚାର୍ଯ୍ୟଙ୍କ ସେ ଥିଲେ ସମକକ୍ଷ। ତାଙ୍କ ରଚିତ ‘ସିଦ୍ଧାନ୍ତ ଦର୍ପଣ’ ମୌଳିକତା ଏବ˚ ଉପଯୋଗିତା ଦୃଷ୍ଟିରୁ ପ୍ରାଚୀନ ଗ୍ରନ୍ଥ ‘ସୂର୍ଯ୍ୟ ସିଦ୍ଧାନ୍ତ’, ‘ଆର୍ଯ୍ୟଭଟ୍ଟୀୟ’ ଏବ˚ ‘ସିଦ୍ଧାନ୍ତ ଶିରୋମଣି’ ଭଳି ଜ୍ୟୋତିର୍ବିଜ୍ଞାନର ଏକ ଅନବଦ୍ୟ କୃତି।

ସାମନ୍ତ ଆମ ରାଜ୍ୟର ଘରେ ଘରେ ପରିଚିତ ଏବ˚ ଆଦୃତ। ତାଙ୍କ ପଦ୍ଧତିରେ ପ୍ରସ୍ତୁତ ପଞ୍ଜିକାମାନ ଆମ ଦୈନନ୍ଦିନ ସାମାଜିକ ଜୀବନକୁ ନିୟନ୍ତ୍ରିତ କରିଥାଏ। ଆମ ବିଦ୍ୟାଳୟ ପାଠ୍ୟକ୍ରମରେ ଜୀବନାଭାସ ପ୍ରବନ୍ଧ ମାଧୢମରେ ଆମ ଛାତ୍ରଛାତ୍ରୀମାନେ ସାମନ୍ତଙ୍କ ସମ୍ବନ୍ଧରେ ଜାଣିବାର ସୁଯୋଗ ପାଆନ୍ତି। କିନ୍ତୁ ଏ ସବୁ ସତ୍ତ୍ବେ ମନକୁ ପ୍ରଶ୍ନ ଆସେ ଯେ ସାମନ୍ତଙ୍କୁ ଠିକ୍‌ ଭାବେ ଆମେ କେତେ ଜାଣୁ?

ପ୍ରଥମେ ସାମନ୍ତଙ୍କ ‘ନାଁ’ଟି ବିଷୟ ପଡୁ। ଏହି ପ୍ରବନ୍ଧର ପ୍ରଥମ ବାକ୍ୟରେ ଯେଉଁ ଲମ୍ବା ନାଁଟି ଲେଖାଯାଇଛି, ତାହା ଉପାଧି ସହିତ ସାମନ୍ତଙ୍କ ପୂରା ନାଁ। ‘ମହାମହୋପାଧୢାୟ’ ଓ ‘ହରିଚନ୍ଦନ ମହାପାତ୍ର’- ଏ ଦୁଇଟି ହେଉଛି ଉପାଧି। ପ୍ରଥମ ଉପାଧିଟି ୧୧୯୩ ମସିହାରେ ବ୍ରିଟିସ୍‌ ସରକାର, ଚନ୍ଦ୍ରଶେଖରଙ୍କୁ ତାଙ୍କର କୃତି ପାଇଁ କଟକରେ ଅନୁଷ୍ଠିତ ଏକ ଦରବାରରେ ପ୍ରଦାନ କରିଥିଲେ। ସେମିତି ପୁରୀର ଗଜପତି ରାଜା ଖ୍ରୀ ୧୮୬୬ରୁ ୭୦ ମଧୢରେ ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଓ କୃତିତ୍ବ ପାଇଁ ତାଙ୍କୁ ‘ହରିଚନ୍ଦନ ମହାପାତ୍ର’ ଉପାଧିରେ ଭୂଷିତ କରିଥିଲେ। ମୂଳ ନାଁ ‘ଚନ୍ଦ୍ରଶେଖର’ ଏବ˚ ‘ସି˚ହ ସାମନ୍ତ’ ତାଙ୍କର ବ˚ଶ-ସ˚ଜ୍ଞା। ତେବେ ସାଧାରଣ କହିବା କିମ୍ବା ଲେଖିବା ବେଳେ କେବଳ ମୂଳ ନାଁ କିମ୍ବା ଡାକ ନାଁ ସହିତ ସାମନ୍ତ ଲଗାଇ ସମ୍ବୋଧନ କରାଯିବା କଥା। କିନ୍ତୁ ଅନେକ ସମୟରେ ଆମ ବୁଦ୍ଧିଜୀବୀମାନେ ମଧୢ ମୂଳ ନାଁ ଓ ଡାକ ନାଁକୁ ମିଶାଇ ଦେଇ ‘ପଠାଣି ସାମନ୍ତ ଚନ୍ଦ୍ରଶେଖର’ ବୋଲି ସମ୍ବୋଧନ କରିଥାଆନ୍ତି। ଏପରି କି ଏ ବର୍ଷର ଏକ ଅତି ଜଣାଶୁଣା ପାଞ୍ଜିରେ ମଧୢ ଏ ପ୍ରକାର ଭ୍ରମ ଦେଖିବାକୁ ମିଳେ।

ହଁ, ଆମ ଶିଶୁପାଠ୍ୟରେ ସାମନ୍ତଙ୍କ ସମ୍ବନ୍ଧରେ ଥିବା ପ୍ରବନ୍ଧଟିର ଶୀର୍ଷକ ‘ତୁଳସୀ ଦୁଇ ପତ୍ରରୁ ବାସେ’ (ତୃତୀୟ ଶ୍ରେଣୀର ସାହିତ୍ୟ ବହି)। ଏହି ଶିରୋନାମାର ଏକ ବିଷୟ ପ୍ରାୟ ଷାଠିଏ ବର୍ଷ ତଳେ ଆମେ ତୃତୀୟ/ଚତୁର୍ଥରେ ସାହିତ୍ୟ ବିଷୟରେ ପଢୁଥିଲୁ। ସେଥିରେ ଚନ୍ଦ୍ରଶେଖରଙ୍କ ନାମ ‘ପଠାଣି’ ରଖାଯିବା ପଛର କାହାଣୀ, ଅତି ପିଲାଦିନୁ ତାଙ୍କର ଦୀର୍ଘକାଳ ଧରି ଆକାଶ ଚାହିଁବା ଅଭ୍ୟାସ, ତାଙ୍କର ପ୍ରତିଭା ବିକଶିତ ହେବା ପରେ ବାଉଁଶ ନଳି ଓ ଦୁଇଖଣ୍ତ କାଠି ସାହାଯ୍ୟରେ ଗ୍ରହ, ନକ୍ଷତ୍ରଙ୍କ ଗତି ମାପି ପାରିବାର ତଥା ଦୂର ପାହାଡ଼ ପର୍ବତର ଉଚ୍ଚତା ମାପି ପାରିବାର ଅଲୌକିକ ଦକ୍ଷତା ବାବଦରେ ବର୍ଣ୍ଣନା ଆଦି ଥିଲା। ସେହି ପ୍ରବନ୍ଧ ଶେଷରେ ଥିଲା ଏହି ଭଳି ଅଭୁଲା ଦୁଇ ଧାଡ଼ିର ପଦେ- ‘ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ, ଯେତେଦିନ ଥିବା ମାନବ ହୃଦୟ।’

ମାତ୍ର ଏବେ ଯେଉଁ ପ୍ରବନ୍ଧଟି ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଅଛି, ସେଥିରେ ଅନେକ ଭ୍ରମାତ୍ମକ ତଥ୍ୟ ରହିଛି। ଉଦାହରଣ ସ୍ବରୂପ ପଠାଣି ସାମନ୍ତ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ, ଯାହା ଠିକ୍‌ ନୁହେଁ। ଉତ୍କଳର ଜ୍ୟୋତିର୍ବିଜ୍ଞାନ ପରମ୍ପରା ବେଶ୍‌ ଦୀର୍ଘ। ପ୍ରାୟ ହଜାର ବର୍ଷ ତଳେ ଉତ୍କଳରେ ଶତାନଳ ନାମରେ ଜଣେ ଯୋଗଜନ୍ମା ଜ୍ୟୋତିର୍ବିଦ୍‌ ‘ଭାସ୍ବତୀ’ ନାମକ ଏକ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ୧୦୯୯ ଖ୍ରୀଷ୍ଟାବ୍ଦରେ ରଚନା କରିଥିଲେ। ଶତାନଳ ଏବ˚ ତାଙ୍କ କୃତ ‘ଭାସ୍ବତୀ’ ସାରା ଭାରତରେ ପ୍ରସିଦ୍ଧ। ଏବେ ବି ରାଜ୍ୟରେ ‘ଭାସ୍ବତୀ’ ଅନୁସାରେ ପାଞ୍ଜି ପ୍ରସ୍ତୁତ ହେଉଛି। ତାଙ୍କ ପରେ ମଧୢ ମୌଳିକ ଗ୍ରନ୍ଥ ରଚୟିତା ଓ ଟୀକାକାର ଭାବରେ ଜ୍ୟୋତିର୍ବିଦ୍‌ ସଦାନନ୍ଦ ଆଚାର୍ଯ୍ୟ, ଅଚ୍ୟୁତ ଭଟ୍ଟ, କାଳୀଶ୍ବର ପ୍ରଧାନ, ତ୍ରିଲୋଚନ ମହାନ୍ତି, ଚୈତନ୍ୟ ରାଜଗୁରୁ, ଗଦାଧର ପଟ୍ଟନାୟକ ଓ ଦେବୀ ଦାସ ଆଦିଙ୍କ ବିବରଣୀ ‘ଭାରତୀୟ ଜ୍ୟୋତିଷ ଇତିହାସ’ ପୁସ୍ତକରୁ ମିଳେ। ପ୍ରବନ୍ଧରେ ସାମନ୍ତ ଏବ˚ ତାଙ୍କ ପିତାଙ୍କ ନାମ ମଧୢ ଠିକ୍‌ ଭାବେ ଦିଆଯାଇ ନାହିଁ।

ପ୍ରବନ୍ଧର ଦ୍ବିତୀୟ ପାରାଗ୍ରାଫ୍‌ରେ ସାମନ୍ତଙ୍କର ପିଲାଦିନ ବିଷୟରେ କୁହାଯାଇଛି ଯେ ସେ ପିଲାଦିନେ ‘ରଙ୍ଗିନ କାଚ ଧରି ସୂର୍ଯ୍ୟକୁ ଦେଖିବାର ଚେଷ୍ଟା କରୁଥିଲେ’, ଯାହା ତାଙ୍କର କୌଣସି ପ୍ରତିଷ୍ଠିତ ଜୀବନୀ ପୁସ୍ତକରେ ନାହିଁ। ପ୍ରବନ୍ଧରେ ଅଛି- ସାମନ୍ତ, ତାଙ୍କ ହାତ ତିଆରି ମାନଯନ୍ତ୍ର ଓ ଅନ୍ୟାନ୍ୟ ସର˚ଜାମର ଉଦ୍ଭାବନ ପାଇଁ ‘ମହାମହୋପାଧୢାୟ’ ଉପାଧି ଦ୍ବାରା ସମ୍ମାନିତ ହୋଇଥିଲେ। କିନ୍ତୁ ଯନ୍ତ୍ରମାନ ଥିଲା କେବଳ ସାମନ୍ତଙ୍କ ସାଧନାର ସାଧନ ମାତ୍ର। ସେ ଉପାଧି ପାଇଥିଲେ ତାଙ୍କ ସାଧନା ଏବ˚ ତତ୍‌ ପ୍ରସୂତ ‘ସିଦ୍ଧାନ୍ତ ଦର୍ପଣ’ ଗ୍ରନ୍ଥ ଓ ତହିଁରେ ନିହିତ ମୌଳିକ ତତ୍ତ୍ବ ଓ ତଥ୍ୟରାଜି ପାଇଁ। ପ୍ରବନ୍ଧରେ ‘ସିଦ୍ଧାନ୍ତ ଦର୍ପଣ’ର ଉଲ୍ଲେଖ ମଧୢ ନାହିଁ।

ଏମିତି ତ ସାମନ୍ତ ଚନ୍ଦ୍ରଶେଖର, ତାଙ୍କର ଜୀବନୀ ଏବ˚ ଅବଦାନ ସମ୍ବନ୍ଧରେ ଆମ ଭିତରେ ଅନେକ ଅଜ୍ଞତା ରହିଛି। ତା ସହିତ ରହିଥିବା ଆଉ ଏକ ଅସ˚ଗତି ହେଉଛି ସାମନ୍ତଙ୍କ ଜୟନ୍ତୀ ପାଳନ ନେଇ ମଧୢ ଆମ ରାଜ୍ୟରେ ମତୈକ୍ୟ ପରିଦୃଷ୍ଟ ହୁଏନା। କେତେକ ଅନୁଷ୍ଠାନ ଏହାକୁ ଇ˚ରେଜୀ ତାରିଖ ଅନୁସାରେ ଏବ˚ ଅନ୍ୟ କେତେକ ତିଥି ଅନୁସାରେ ପାଳନ କରନ୍ତି। ମାତ୍ର ରାଜ୍ୟର ଅନ୍ୟ ବରପୁତ୍ର ଯେପରି କି ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଏବ˚ ନେତାଜି ସୁଭାଷ ବୋଷ ଇତ୍ୟାଦିଙ୍କ ପାଇଁ ଇ˚ରେଜୀ ତାରିଖ ଅନୁସାରେ ଜୟନ୍ତୀ ପାଳନ କରାଯାଉଛି, ଏହି ଜ୍ୟୋତିର୍ବିଦ୍‌ଙ୍କ ପାଇଁ ସେମିତି ଇ˚ରେଜୀ ତାରିଖରେ ଜୟନ୍ତୀ ପାଳନର ବ୍ୟବସ୍ଥା କରାଯିବା ଉଚିତ।

ଶେଷରେ ସୂଚାଇ ଦିଆଯାଇପାରେ କି ୨୦୧୯ ମସିହା ‘ସିଦ୍ଧାନ୍ତ ଦର୍ପଣ’ର ଦେଢ଼ ଶହ ବର୍ଷ ପୂର୍ତ୍ତି ସମ୍ଭତ୍ସର। ଏ ସମ୍ବନ୍ଧରେ ଏହି ଲେଖକର ଏକ ଲେଖା ଏହି ସମ୍ବାଦପତ୍ରରେ ପ୍ରାୟ ଛଅମାସ ତଳେ (ଜୁଲାଇ ୧, ୨୦୧୯)ରେ ପ୍ରକାଶିତ ହୋଇଥିଲା। ମାତ୍ର ବର୍ଷଟିକୁ ଏକ ସ୍ମାରକୀ ବର୍ଷ ଭାବେ ପାଳନ କରିବାର କୌଣସି ଉଦ୍ୟମ ରାଜ୍ୟରେ କେଉଁଠି ହେଉଥିବା ଭଳି ମନେ ହେଉନାହିଁ।

ଏଣୁ ମନେହୁଏ, ୧୮୯୦ ଦଶକରେ ସାମନ୍ତଙ୍କୁ ନେଇ କବିବର ରାଧାନାଥଙ୍କ ‘ଦରବାର’ କବିତା ଲେଖା ହେବା କାଳରେ ସାମନ୍ତଙ୍କୁ ଜାଣିବାରେ, ବୁଝିବାରେ ଓ ସମ୍ମାନ ଦେବାରେ ଏ ରାଜ୍ୟ ଯେଉଁଠି ଥିଲା, ଏବେ ବି ବୋଧହୁଏ ସେଇଠି ଅଛି। ସୁତରା˚ ପରିଶେଷରେ କବିବରଙ୍କ ଏହି ଅମର ପଦ ସହିତ ଏ ଲେଖାକୁ ଏଠାରେ ସମାପ୍ତ କରିବା।

‘‘ଦୂରୁ ଦେଖି ତୁମ୍ଭ ଦିବ୍ୟ ଜ୍ୟୋତି ରାଶି।
ଚିହ୍ନିଲେ ତୁମ୍ଭଙ୍କୁ ଦୂର ଦେଶବାସୀ।
ମାତ୍ର ହେଲା ଯେହୁ ତୁମ୍ଭର ପ୍ରସୂତୀ
ନ ଚିହ୍ନିଲା ସେ ତ ନିଜର ବିଭୂତି।’’
(ସାମନ୍ତ ଚନ୍ଦ୍ରଶେଖରଙ୍କ ଜୟନ୍ତୀ ଅବସରରେ)

ନୂଆଗାଁ, କେନ୍ଦ୍ରାପଡ଼ା
ଫୋନ୍‌-୯୪୩୭୪୯୩୨୫୩

ସମ୍ବନ୍ଧିତ ଖବର