କୋରାପୁଟ ଆସନ ଖାଲି : ସଗରିଆଙ୍କ ଇସ୍ତଫା ଗୃହୀତ, କଂଗ୍ରେସରେ ଜର୍ଜ ତିର୍କୀ

ଗୃହକୁ ଜଣାଇଲେ ବାଚସ୍ପତି, ବିେରାଧୀ ଦଳ ଆସନ ବିପଦ ନାହିଁ

ଭୁବନେଶ୍ବର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଗତ ୬ ତାରିଖରେ ତାଙ୍କ ପଦବିରୁ ଇସ୍ତଫା ଦେଇଥିଲେ। ଓଡ଼ିଶା ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୧୬୮(୨) ଅନୁଯାୟୀ ସେହିଦିନ ପୂର୍ବାହ୍ନରେ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି ବୋଲି ବାଚସ୍ପତି ପ୍ରଦୀପ ଅମାତ ଆଜି ଗୃହକୁ ସୂଚନା ଦେଇଛନ୍ତି। ଏହା ସହ କୋରାପୁଟ ନିର୍ବାଚନମଣ୍ଡଳୀ ଆସନଟି ଖାଲି ହେଲା ବୋଲି ସେ ଘୋଷଣା‌ କରିଛନ୍ତି।

ସେହିପରି ବାଚସ୍ପତି ଆହୁରି ସୂଚନା ଦେଇଥିଲେ, ଗତ ୨ ତାରିଖରେ ବିଧାନସଭାର ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀ ସମତା କ୍ରାନ୍ତି ବିଧାୟକ ଦଳର କଂଗ୍ରେସ ବିଧାୟକ ଦଳ ସହ ବିଲୟ ହୋଇଥିବା ନେଇ ଲିଖିତ ଭା‌ବେ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ଏହି ବିଲୟକୁ ପତ୍ର ଦ୍ବାରା ଗ୍ରହଣ କରିଛନ୍ତି ବୋଲି ଜଣାଇଛନ୍ତି। ତେଣୁ ଜର୍ଜ ତିର୍କୀଙ୍କୁ କଂଗ୍ରେସ ବିଧା‌ୟକ ଦଳର ସଦସ୍ୟ ଭାବେ ଗତ ୨ ତାରିଖରୁ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅବସରରେ କଂଗ୍ରେସ ସଭ୍ୟମାନେ ବସୁଥିବା ବ୍ଲକ୍‌-ଏଚ୍‌ରେ ଜର୍ଜ ତିର୍କୀଙ୍କୁ ଆସନ ଆବଣ୍ଟିତ ହୋଇଛି ବୋଲି ବାଚସ୍ପତି ଜଣାଇଥିଲେ। ସଗରିଆଙ୍କ ଇସ୍ତଫା ପରେ ବିେରାଧୀ ଦଳ େନତା ପଦବି ପ୍ରତି େଯଉଁ ବିପଦ ଥିଲା, ତାହା ଶ୍ରୀ ତିର୍କୀଙ୍କ େଯାଗଦାନ ପରେ ଟଳିଯାଇଛି। ସେହିପରି ବିଧାନସଭାରେ ଗୃହୀତ ହୋଇଥିବା ବିପିୟୁଟି ସଂଶୋଧନ ବିଲ୍, ୨୦୧୬ ପୁନର୍ବିଚାର ପାଇଁ ବାଚସ୍ପତିଙ୍କ ନିକଟକୁ ରାଜ୍ୟପାଳ ଫେରାଇଥିବା ନେଇ ଶ୍ରୀ ଅମାତ ସୂଚନା ଦେଇଥିଲେ। େପ୍ରା ଚାନସିଲର ପଦବି େନଇ ବିଲରେ ଥିବା ବ୍ୟବସ୍ଥାକୁ ରାଜଭବନ ଆପତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର