ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ, ଘୋଷଣା ବାକି, ତାଲିକା ଏମିତି

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନେତା ଓ ଦଳୀୟ କର୍ମୀମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ନିର୍ବାଚନରେ କାହାକୁ ଟିକେଟ ଦେବେ ଓ କାହାର ଟିକେଟ କାଟିବେ ଏ ନେଇ ଦଳର ମୁଖ୍ୟ ନେତାମାନେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ପକ୍ଷରୁ ଶନିବାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ନିର୍ବାଚନ ପାଇଁ ସମ୍ଭବ୍ୟ ତାଲିକା ପ୍ରସ୍ତୁତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମାତ୍ର ସମସ୍ତର ଅପେକ୍ଷା ରହିଛି, କାହାକୁ କେଉଁ ଆସନରୁ ଟିକେଟ ମିଳୁଛି।

ସୂତ୍ର ଅନୁସାରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିବା ୨୮ଟି ବିଧାନସଭା ଆସନ ଗୁଡ଼ିକ ପାଇଁ କଂଗ୍ରେସ ଏକ ପ୍ରକାରର ତାଲିକା ପ୍ରସ୍ତୁତ କରି ସାରିଛି।

କଳାହାଣ୍ଡି ଲୋକସଭା ଆସନରୁ ଭକ୍ତ ଦାସ ପୁଣି ଥରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ। ନୂଆପଡ଼ା ବିଧାନସଭା ଆସନରୁ ଘାଷିରାମ ମାଝୀ, ଖରିଆରରୁ ଅଧିରାଜ ପାଣିଗ୍ରାହୀ, ଲାଂଜିଗଡ଼ରୁ ଶିବାଜୀ ମାଝୀ, ଜନାଗଡ଼ରୁ ଅନିଲ ସିଂହଦେଓ ଅଥବା ତୁଲେଶ୍ୱର ନାୟକ, ଧର୍ମଗଡ଼ରୁ ଦିଗାମ୍ବର ଧୂରିଆ ଅଥବା ପୁରସ୍ତମ ଗୁପ୍ତା, ଭବାନୀପାଟଣାରୁ ସାଗର ଦାସ ଅଥବା ସାମନ୍ତ ଖମାରୀ, ନର୍ଲାରୁ ଚିତ୍ତରଂଜନ ମଣ୍ଡଳ ଅଥବା ହିମାଂଶୁ ଶେଖର ଦାସ ନିର୍ବାଚନରେ ଲଢ଼ିବେ।

ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ ମାଝୀ ନିର୍ବାଚନକୁ ଓହ୍ଲାଉଛନ୍ତି। ଉମରକୋଟ ବିଧାନସଭା ଆସନରୁ ଯତିନ୍ଦ୍ର ଗଣ୍ଡ, ଝରିଗାଁରୁ ଭଲଧର ମାଝୀ, କୋଟପାଡରୁ ଚନ୍ଦ୍ରଶେଖର ମାଝୀ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ନବରଙ୍ଗପୁର ବିଧାନସଭା ଆସନ ସଦନ ନାୟକ, ଡାବୁଗାଁରୁ ଭୁଜବଳ ମାଝୀ କଂଗ୍ରେସ ଟିକେଟ ପାଇପାରନ୍ତି।

ସେହିପରି କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏଥର ସପ୍ତଗିରି ଉଲାକା କଂଗ୍ରେସ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି। ଗୁଣପୁର ବିଧାନସଭା ଆସନରୁ ପୁରୁସ୍ତମ ଗମାଙ୍ଗ, ବିଷମକଟକରୁ ନୀଳ ହିକକ୍କା ଅଥବା ଏ. କ୍ରାଡ୍ରାକା, ରାୟଗଡ଼ାରୁ ମକରନ୍ଦ ମୁଦୁଲି ଅଥବା ଏ.କାଡ୍ରାକା, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା, ଜୟପୁରରୁ ତାରା ବାହିନୀପତି, କୋରାପୁଟରୁ ନିମାର ସରକାର ଓ ପଟାଙ୍ଗୀରୁ ରାମ କାଡାମ ଲଢ଼ି ପାରନ୍ତି।

ସୂତ୍ର ଅନୁସାରେ ବ୍ରହ୍ମପୁର ଲୋକସଭା ଆସନରୁ ଭି. ଚନ୍ଦ୍ରଶେଖର ନାଇଡୁ, ଗୋପାଳପୁର ବିଧାନସଭା ଆସନରୁ ଧର୍ମରାଜ ରେଡ୍ଡୀ ଅଥବା ବିଶ୍ୱଜିତ ଦାଶ, ବ୍ରହ୍ମପୁର ବିଧାନସଭା ଆସନରୁ ଲିଙ୍ଗରାଜ ଚୌଧୁରୀ ଅଥବା ପ୍ରମୋଦ ଜେନା, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡା ଅଥବା ସାକା ସଜିତ, ଚିକିଟିରୁ ଚୂଡ଼ାନ୍ତ ହୋଇ ନଥିବା ବେଳେ ମୋହନାରୁ ଦାଶରଥୀ ଗମାଙ୍ଗ ଛିଡ଼ା ହେବେ। ସେହିପରି ପାରଳାଖେମୁଣ୍ଡିରୁ କେ ସୂର୍ଯ୍ୟା ରାଓ ଅଥବା ତିରୁପତି ପାଣିଗ୍ରାହୀଙ୍କୁ ଟିକେଟ ମିଳିପାରେ।

ସମ୍ବନ୍ଧିତ ଖବର