ଭୋଗରାଇ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ନେତା, କର୍ମୀ ବିଜେପିରେ ସାମିଲ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୀବ କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବିଜେିପିରେ ସାମିଲ ହୋଇଥିବା ଅନ୍ୟ କଂଗ୍ରେସ ନେତାମାନେ ହେଲେ ରୁକ୍ମିଣୀ ଚାନ୍ଦ, ଆଶିଷ ପ୍ରଧାନ, ସୁକୁମାର ସୁର, ଖଗେନ୍ଦ୍ର ନାୟକ, ଜଳେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ମିର୍ଧା ପ୍ରମୁଖ। ଏହି ଅବସରରେ ରେମୁଣା ବିଧାୟକ ଗୋବିନ୍ଦ ଦାସ, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଭୋଗରାଇ ପ୍ରଭାରୀ ଅଜୟ କୁମାର ସାହୁ, ବସ୍ତା ପ୍ରଭାରୀ ଜାଦବେଶ ମିଶ୍ର, ପରେଶ ନାୟକ, ସତ୍ୟଜିତ ମିଶ୍ର, ପର୍ଶୁରାମ ବେହେରା ଓ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର