ଜଗତସିଂହପୁର: କଂଗ୍ରେସ-ବିଜେଡି ଛାଡ଼ି ୧୦୩ ଜଣ ବିଜେପିରେ ଯୋଗଦେଲେ

ଜଗତସିଂହପୁର: କଂଗ୍ରେସ ଓ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ମଙ୍ଗଳବାର ୧୦୩ ଜଣ ଲୋକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି। ବିଜେପିରେ ଯୋଗଦେଇଥିବା ଲୋକମାନେ ୨୩ଟି ପରିବାରରୁ ଆସିଛନ୍ତି। ପୂର୍ବ ଯୋଜନା ଅନୁସାରେ ଆଜି ଜଗତସିଂହପୁର ଜିଲ୍ଲାର ନାଉଁଗା ବ୍ଲକର ବତ୍ସାଳ ଗ୍ରାମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେପିର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୦୩ ଜଣ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର