ମହାରାଷ୍ଟ୍ର: ବଦଳୁଛି ଘଡ଼ି, କମୁଛି ପାଓ୍ଵାରଙ୍କ ପାଓ୍ଵାର, ଶିବସେନାରେ ଯୋଗଦେଲେ ୨ ବରିଷ୍ଠ ଏନ୍‌ସିପି ନେତା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଉଭୟ କଂଗ୍ରେସ ଓ ଏନ୍‌ସିପି ପାଇଁ ସେତିକି ଅଡୁଆ ବଢୁଛି। କାରଣ ଏହି ଦୁଇଟି ଦଳର ନେତାମାନେ ଭାରତୀୟ ଜନତା ପାର୍ଟି ଓ ଶିବସେନାରେ ସାମିଲ ହେଉଛନ୍ତି। କଂଗ୍ରେସ ବିଧାୟକ ନିର୍ମଳା ଗାବିତ ଓ ଏନ୍‌ସିପିର ପୂର୍ବତନ ବିଧାୟକ ରଶ୍ମୀ ବାଗଲ ଶିବସେନାରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ବିରୋଧୀ ଦଳ ନେତା ଥିବା ରାଧାକୃଷ୍ଣ ବିଖେ ପାଟିଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ଏବେ ଦେବେନ୍ଦ୍ର ଫଡନବୀସ ସରକାରରେ ମନ୍ତ୍ରୀ ପଦରେ ଅଛନ୍ତି। ଅବଦୁଲ ସତ୍ତାର ମଧ୍ୟ କଂଗ୍ରେସ ଛାଡ଼ି ସାରିଛନ୍ତି।

ମୁମ୍ବାଇ ଏନ୍‌ସିପି ଅଧ୍ୟକ୍ଷ ସଚିନ ଆହିର ପାର୍ଟି ଛାଡ଼ି ଶିବସେନାରେ ସାମିଲ ହୋଇଛନ୍ତି। ସେ ଶିବସେନାରେ ଯୋଗଦେବା ପରେ ଏନସିପିକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଧାୟକ ପାଣ୍ଡୁରଙ୍ଗ ବରୋରା ମଧ୍ୟ ଏନସିପି ଛାଡ଼ି ଶିବସେନାରେ ସାମିଲ ହୋଇଛନ୍ତି। ଏନସିପିର ମହିଳା ମୋର୍ଚ୍ଚା ମୁଖ୍ୟ ଚିତ୍ରା ବାଘ ମଧ୍ୟ ଶିବସେନାରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଲୋକସଭା ନିର୍ବାଚନରେ ଏନସିପି ପ୍ରାର୍ଥୀ ଧନରାଜ ମଧ୍ୟ ଶିବ ଧନୁ ଧରିଛନ୍ତି।

ସମ୍ବନ୍ଧିତ ଖବର