୨୦୧୪ଲୋକସଭା ନିର୍ବାଚନରେ ୨୮୨ ସିଟ୍‌ରେ ଜିତିଥିଲା ବିଜେପି, ଏବେ ହାତରେ ଅଛି ୨୭୩ ଆସନ

ନୂଆଦିଲ୍ଲୀ: ଆଜି ଦେଶର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ବିଜେପି ଗୋଟିଏ ସିଟ୍‌ରେ ବିଜୟ ହୋଇଥିବା ବେଳେ ଅନ୍ୟ ଏକ ସିଟରେ ଏନଡିଏ ସମର୍ଥନର ପାର୍ଥୀ ବିଜୟୀ ହୋଇଛନ୍ତି । କରାନା ଓ ଭଣ୍ଡାରା-ଗଦିଆ ସିଟ୍‌ରେ ବିଜେପି ପରାଜୟ ବରଣ କରିଛି । ଉପ ନିର୍ବାଚନରେ ବିଜେପି ହାରିବା କିଛି ନୂଆ କଥା ନହେଁ । ୨୦୧୪ ରେ ମୋଦି ସରକାର ଗଠନ ହେବା ପରେ ବିଜେପିକୁ ଲଗାତର ପରାଜୟର ସମୁଖୀନ କରିବାକୁ ପଡିଛି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ୨୮୨ ସିଟ୍‌ରେ ପଦ୍ମ ଫୁଲ ଫୁଟାଇବରେ ସଫଳ ହୋଇଥିଲା । ୧୯୮୪ ମସିହା ପରେ ୩୦ ବର୍ଷ ଭିତରେ ବହୁମତ ହାସଲ କରିଥିବା ପ୍ରଥମ ଦଳ ହୋଇଥିଲା ବିଜେପି । ଏହା ପରେ ବିଜେପି ରଥ ଅଟକିନଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ ପଦ୍ମ ଫୁଟାଇଚାଳିଲା ବିଜେପି । ଗୋଟିଏ ଦୁଇଟି ରାଜ୍ୟକୁ ଛଡି ଦେଲେ ସାରା ଦେଶର ଅଧିକାଂଶ ରାଜ୍ୟରେ ଏବେ ବିଜେପି ରାଜ୍‌ କରୁଛି । କିନ୍ତୁ ଅପରପକ୍ଷରେ ଦେଖିବାକୁ ଗଲେ ସାରା ଦେଶରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ସେତେଟା ସଫଳତା ମିଳି ନାହିଁ ।

କେନ୍ଦ୍ରରରେ ମୋଦି ସରକାର ଗଠନ ହେବା ପରେ ଦେଶରେ ମୋଟ ୨୭ଟି ସିଟ୍‌ରେ ଉପନିର୍ବାଚନ ହୋଇଛି । ଯେଉଁଥିରୁ ୧୪ଟି ଆଶନ ବିଜେପି ଶାସନ କରୁଥିଲା । ଏଥି ମଧ୍ୟରୁ କେବଳ ୫ଟି ସିଟ୍‌ ବିଜେପି ନିଜ ପାଖରେ ରଖି ପାରିଛି । ବାକି ୯ଟି ଆସନରେ ବିଜେପିକୁ ପରାଜୟର ସମୁଖୀନ ହେବାକୁ ପଡିଛି । ଏହି କାରଣରୁ ବିଜେପିର ଲୋକସଭା ଆସନ ୨୮୨ରୁ ଖସି ୨୭୩ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର