୨୦୧୯ ଲୋକସଭା ନିର୍ବାଚନ : ଭୋପାଳରୁ ନିର୍ବାଚନ ଲଢ଼ିବେ ଦିଗବିଜୟ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋପାଳରୁ ଲଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ କମଳନାଥ ଶନିବାର ଘୋଷଣା କରିଛନ୍ତି। ଦିଗବିଜୟ ୧୬ ବର୍ଷ ପରେ ନିର୍ବାଚନ ଲଢ଼ିବାକୁ ଯାଉନ୍ତି। ସେ ଏହାପୂର୍ବରୁ ୨୦୦୩ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କ୍ଷମତାରୁ ଯିବା ପରେ ଦିଗବିଜୟ ୧୦ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଦିଜବିଜୟ ସିଂଙ୍କୁ ଲୋକସଭା ନିର୍ବାଚନ ପାଇଁ ସବୁଠାରୁ କଠିନ ସିଟ୍‌ରୁ ନିର୍ବାଚନ ଲଢ଼ିବା ପାଇଁ ଚ୍ୟାଲେଞ୍ଚ ଦେବାର ଚାରିଦିନ ପରେ ଏହି ଘୋଷଣା କରାଯାଇଛି।

The Asian Age

ଏକ ସଭାରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ କହିଛନ୍ତି, ‘ମୁଁ ଦିଗବିଜୟ ସିଂହଙ୍କୁ ଭୋପାଳରୁ ନିର୍ବାଚନ ଲଢ଼ିବା ପାଇଁ କହିଥିଲି।। ସେ ତୁରନ୍ତ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। କଂଗ୍ରେସ ରାଜ୍ୟ ସଭାପତିଙ୍କ ସହିତ ଭେଟିବା ପରେ ଦିଗବିଜୟଙ୍କୁ ନାମକୁ ପ୍ରସ୍ତାବ ଦିଆଯାଇଥିଲା। ମୋର ଆଶା ଲୋକମାନେ ତାଙ୍କୁ ନିଶ୍ଚୟ ସମର୍ଥନ କରିବେ। ଏଥିସହ ସେ ରାଜଗଢ଼ ସିଟ୍‌ରୁ ମଧ୍ୟ ନିର୍ବାଚନ ଲଢ଼ିବେ। ଏହି ନିର୍ବାଚନ ମଣ୍ଡଳୀରୁ ସେ ୧୯୮୪ ଓ ୧୯୯୧ରେ ପ୍ରତିନିଧିତ୍ୱ କରିଥିଲେ। ମଧ୍ୟପ୍ରଦେଶରେ ଏପ୍ରିଲ ୨୯, ମଇ ୬, ମଇ ୧୨ ଓ ମଇ ୧୯ରେ ଚାରି, ପାଞ୍ଚ ଓ ଛଅଟି ପର୍ଯ୍ୟାୟରେ ମତଦାନ ହେବ।

ସମ୍ବନ୍ଧିତ ଖବର