ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ : ୨୫ ବିଧାୟକଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ

ଭୁବନେଶ୍ୱର: ଆଜି ବିଧାନସଭାର ବାଚସ୍ପତି, ତିନି ପ୍ରମୁଖ ଦଳର ବିଧାୟକ ଦଳ ନେତା ଏବଂ ୪ ଜଣ ମନ୍ତ୍ରୀଙ୍କ ସମେତ ୨୫ ଜଣ ବିଧାୟକଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ବିଧାୟକ ନେତା ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ଏଥର ଭାଗ୍ୟ ପରୀକ୍ଷା କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନ ଏବଂ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼ ବିଧାନସଭା ଆସନରୁ ଲଢ଼ିଛନ୍ତି। ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ବୌଦ୍ଧ ବିଧାନସଭା ଆସନରୁ ପୁଣି ପ୍ରାର୍ଥୀ ହୋଇଛନ୍ତି।

ଅନ୍ୟ ଯେଉଁ ବିଧାୟକମାନେ ଏଥର ପ୍ରାର୍ଥୀ ହୋଇଥିଲେ ଏବଂ ସେମାନଙ୍କର ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ରେ ବନ୍ଦୀ ହୋଇଛି। ବିଧାୟକ ପ୍ରଦୀପ ପୁରୋହିତ(ପଦ୍ମପୁର),ଦେବେଶ ଆଚାର୍ଯ୍ୟ(ବରଗଡ଼), ରାଧାରାଣୀ ପଣ୍ଡା(ବ୍ରଜରାଜନଗର),ନବ କିଶୋର ଦାସ(ଝାରସୁଗୁଡ଼ା),ପ୍ରଫୁଲ୍ଲ ମାଝୀ(ତାଳସରା),ଯୋଗେନ୍ଦ୍ର ସିଂହ(ସୁନ୍ଦରଗଡ଼),ସୁବ୍ରତ ତରାଇ(ରଘୁନାଥପାଲି),ମଙ୍ଗଳା କିଷାନ(ରାଜରଙ୍ଗପୁର),ଲକ୍ଷ୍ମଣ ମୁଣ୍ଡା(ବଣାଇ),ରବି ନାରାୟଣ ନାୟକ(କୁଚିଣ୍ଡା),ପଦ୍ମନାଭ ବେହେରା(ବୀର ମହାରାଜପୁର),ଟୁକୁନି ସାହୁ( ଟିଟିଲାଗଡ଼),ଶ୍ରୀକାନ୍ତ ସାହୁ(ବେଲସରା),ଦେବରାଜ ମହାନ୍ତି(ଆସ୍କା),ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ(ସୋରଡ଼ା),ନନ୍ଦିନୀ ଦେବୀ(ସାନଖେମୁଣ୍ଡି) ଓ ପୂର୍ଣ୍ଣଚନ୍ଦ୍ର ନାୟକ (ଦଶପଲ୍ଲା)ଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ଏମାନଙ୍କ ମଧ୍ୟରୁ କେତେଜଣ ଦଳବଦଳ କରି ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର