ନୂଆଦିଲ୍ଲୀ: ନିର୍ବାଚନ ସରିଲା ପରେ ଏବେ ଅଡୁଆରେ ତିନି ରାଜନୈତିକ ଦଳ । ନିର୍ବାଚନରେ ପ୍ରଦର୍ଶନ ଆଧାରରେ ଟିଏମସି, ଏନସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏପରିକି ଏହି ୩ଟି ରାଜନୈତିକ ଦଳକୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଆଉ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
/sambad/media/post_attachments/wp-content/uploads/2019/05/general-elections-2019-b_660_041819110813_051919114706-1.jpg)
ସୂଚନା ମୁତାବକ, ନିର୍ବାଚନୀ ଦଳୀୟ ଚିହ୍ନ ନିୟମ,୧୯୬୮ ଅନୁସାରେ ଯଦି କୌଣସି ରାଜନୈତିକ ଦଳ ୪ ଅଥବା ଏହାଠାରୁ ଅଧିକ ରାଜ୍ୟରେ ଲୋକସଭା ବା ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୬ ପ୍ରତିଶତ ଭୋଟ ହାସଲ କରେ ତେବେ ତାହାକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯିବ। ଏପରିକି ଟିଏମସି, ଏନସିପି ଏବଂ ସିପିଆଇ ଭଳି ତିନି ରାଜନୈତିକ ଦଳ ସାଧାରଣ ନିର୍ବାଚନରେ ୪ଟି ଆସନ ହାସଲ କରିଥିବେ ନଚେତ୍ ଲୋକସଭାରେ ୨ ପ୍ରତିଶତ ଆସନ ଏବଂ ୩ଟି ରାଜ୍ୟରେ ଏମାନଙ୍କ ସଦସ୍ୟ ବିଜୟୀ ହୋଇଥିଲେ ସେମାନଙ୍କ ଦଳର ରାଷ୍ଟ୍ରୀୟ ମାନ୍ୟତା ବଜାୟ ରହିବ ।
/sambad/media/post_attachments/wp-content/uploads/2019/05/generalelections2019e-660_051919073342.jpg)
ଅନ୍ୟପଟେ ବର୍ତ୍ତମାନ ଟିଏମସି, ବିଜେପି, ବିଏସପି, ସିପିଆଇ, ଜାତୀୟ କଂଗ୍ରେସ, ଏନସିଏଫ ଏବଂ ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି ପାଖରେ ରାଷ୍ଟ୍ରୀୟ ଦଳୀୟ ମାନ୍ୟତା ରହିଛି । ତେବେ ସାଧାରଣ ନିର୍ବାଚନ ପରେ ଟିଏମସି, ଏନସିପି ଏବଂ ସିପିଆଇ ଦଳର ପ୍ରଦର୍ଶନ ରିପୋର୍ଟକୁ ତର୍ଜମା କରି ଖୁବ୍ ଶୀଘ୍ର ଏମାନଙ୍କୁ ନୋଟିସ୍ କରିପାରନ୍ତି ନିର୍ବାଚନ ଆୟୋଗ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)