୩୯ ପ୍ରତିଶତ ଲୋକସଭା ପ୍ରାର୍ଥୀ କୋଟିପତି: ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ ପରେ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏଥି ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଦେଇଛନ୍ତି। ଏହାରି ମଧ୍ୟରେ ରବିବାର ‘ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌’ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଓଡ଼ିଶାର ୩୯ ପ୍ରତିଶତ ଲୋକସଭା ପ୍ରାର୍ଥୀ କୋଟିପତି ଅଟନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସତ୍ୟପାଠ ଦାଖଲ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟରୁ ଜଣାପଡ଼ିଛି ଯେ, ବ୍ରହ୍ମପୁର ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ ହେଉଛନ୍ତି ସବୁଠାରୁ ବଡ଼ ଧନୀ। ତାଙ୍କର ସଂପତ୍ତି ମୂଲ୍ୟ ୩୬ କୋଟି ଟଙ୍କା। ସିପିସଆଇ (ଏମ୍‌ଏଲ୍‌) ରେଡ ଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦୁଲୁକା ସବୁଠାରୁ ଗରିବ। ତାଙ୍କର ସଂପତ୍ତି ମୂଲ୍ୟ ୫୬୫ ଟଙ୍କା।

ସେହିପରି ବିଧାନସଭା କ୍ଷେତ୍ର ଆଧାରରେ ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ ସବୁଠାରୁ ଧନୀ ପ୍ରାର୍ଥୀ। ଅନନ୍ତ ପ୍ରତାପ ଦେବଙ୍କ ସଂପତ୍ତିର ମୂଲ୍ୟ ହେଉଛି ୨୭ କୋଟି ଟଙ୍କାରୁ ଅଧିକ। କଂଗ୍ରେସର ୨ ଜଣ ପ୍ରାର୍ଥୀ ହେଉଛନ୍ତି ସବୁଠାରୁ ଗରିବ ପ୍ରାର୍ଥୀ। ସେମାନେ ହେଲେ ବିଶ୍ୱବିହାରୀ ବିଶୋଇ ଓ ଲୋଚନ ସିଂ ମାଝୀ।

ସମ୍ବନ୍ଧିତ ଖବର