ବିଜେପିରେ ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟିତ୍ୱ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରବା ପାଇଁ ବିଜେପି ୪ ଜଣଙ୍କୁ ନୂତନ ଦାୟିତ୍ୱ ଦେଇଛି। ଏହି ଆଧାରରେ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସଂପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି, ତିଳୋତ୍ତମା ନାୟକଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ଓ ଶିଶିର ମିଶ୍ରଙ୍କୁ ହିଂଜିଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ଦାୟିତ୍ୱ ମିଳଛି। ବଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି ବୋଲି ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର