୭୦ ବର୍ଷ ଧରି କଂଗ୍ରେସ ଗଣତନ୍ତ୍ରକୁ ସଂରକ୍ଷିତ ରଖିଥିବାରୁ ନରେନ୍ଦ୍ର ମୋଦିଙ୍କ ପରି ଚା’ବାଲା ଆଜି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ ମୁମ୍ବାଇ ଠାରେ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲୀକାର୍ଜୁନ ଖାଡ୍‌ଗେ କହିଛନ୍ତି ଯେ କଂଗ୍ରେସ ଗଣତନ୍ତ୍ରକୁ ସଂରକ୍ଷିତ ରଖିଥିବା କାରଣରୁ ଭାରତୀୟ ଜନତା ପାର୍ଟିର ନେତା ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିଲେ।

ଖାଡ୍‌ଗେ କହିଛନ୍ତି: ସବୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଚାରି ଆସୁଛନ୍ତି ଯେ ଗତ ୭୦ ବର୍ଷ ଧରି ଦେଶ ପାଇଁ କଂଗ୍ରେସ କ’ଣ କରିଛି। ଆମେ ଗଣତନ୍ତ୍ରକୁ ସଂରକ୍ଷିତ ରଖିଥିଲୁ ବୋଲି ତାଙ୍କ ଭଳି ଜଣେ ଚା’ବାଲା ପ୍ରଧାନମନ୍ତ୍ରୀ ହୋଇ ପାରିଲେ।

ଜରୁରୀ ପରିସ୍ଥିତି ଜାରି କରାଯାଇଥିବା ପ୍ରସଙ୍ଗ ଉପରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି, ୪୩ ବର୍ଷ ତଳେ ଘଟିଥିବା ଜରୁରୀ ପରିସ୍ଥିତି କଥା ମୋଦି କହୁଥିବା ବେଳେ ୨୦୧୪ରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ କ୍ଷମତାକୁ ଆସିବା ପର ଠାରୁ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇଛି। ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି, କୃଷି ଯୋଜନା ସବୁ ବିଫଳ ହେଉଛି, ଚାଷୀମାନେ ଋଣ ପାଉ ନାହାନ୍ତି ଏବଂ ବାଣିଜ୍ୟର ଗତି ମଧ୍ୟ ଅତି ମନ୍ଥର।

ସମ୍ବନ୍ଧିତ ଖବର