ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଧାନସଭା ପାଇଁ ‘ଆପ୍’ ପ୍ରସ୍ତୁତ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ସପ୍ତଦଶ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ସ୍ୱୀକାର କରିବା ପରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ନିର୍ବାଚନରେ କେଉଁ କାରଣରୁ ହାରିବାକୁ ପଡ଼ିଲା, ସେ ନେଇ ଦଳ ଚଳିତ ମାସ ୨୬ ତାରିଖରେ ସମୀକ୍ଷା କରୁଛି। ବୈଠକରେ ଦିଲ୍ଲୀ ଶାଖାର ସଂଯୋଜକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆପ୍ର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଶୁକ୍ରବାର କହିଛନ୍ତି, ପାର୍ଟି ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଏହି ସମୀକ୍ଷା କରି ଭବିଷ୍ୟତ ରଣନୀତି ସଂପର୍କରେ ଆଲୋଚନା ହେବ।
ସୂଚନାଯୋଗ୍ୟ ଚଳିତ ବର୍ଷରେ ଶେଷରେ ଅର୍ଥାତ ଆସନ୍ତା ବର୍ଷର ଆରମ୍ଭରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଲୋକସଭା ନିର୍ବାଚନକୁ ଦିଲ୍ଲୀ ପାଇଁ ସେମିଫାଇନାଲ କୁହାଯାଉଥିଲା। ୨୦୧୫ ଫେବ୍ରୁଆରିରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍କୁ ୭୦ରୁ ୬୭ଟି ଆସନରେ ବିଜୟ ମିଳିଥିଲା। ଆପ୍ ଦିଲ୍ଲୀ, ହରିୟାଣା ଓ ପଂଜାବରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା।