୪ରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗସ୍ତ ସୂଚୀ ଆଜି ଚୂଡ଼ାନ୍ତ ହୋଇଛି। ଆସନ୍ତା ୪ ତାରିଖରେ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୪ ତାରିଖରେ ସେ ସିଧାସଳଖ ନୂଆଦିଲ୍ଲୀରୁ ରାୟପୁର ଦେଇ ସକାଳେ ଭବାନୀପାଟଣାରେ ପହଞ୍ଚିବେ। ଭବାନୀପାଟଣାରେ ହେବାକୁ ଥିବା ସାଧାରଣ ସଭାରେ ଶ୍ରୀ ଶାହ ଯୋଗ ଦେବା ସହ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ୫ ତାରିଖରେ ବଲାଙ୍ଗୀର ଠାରେ ହେବାକୁ ଥିବା ଯୁବ ସମାବେଶକୁ ସେ ସମ୍ବୋଧିତ କରିବେ ବୋଲି ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର