ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହା

ଭୁବନେଶ୍ୱର: ରବିବାର ପୂର୍ବାହ୍ନ ୧୧ଟା ୧୦ ମିନିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜଧାନୀସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଅବତରଣ କରିବା ପରେ ସେଠାରୁ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଶ୍ରୀ ଶାହା ବିମାନରୁ ଅବତରଣ କରିବା ପରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ଅନ୍ୟାନ୍ୟ ବହୁ ବିଜେପି ନେତା ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିଥିଲେ।

ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳୀୟ ରଣନୀତି ପ୍ରସ୍ତୁତି କରିବାକୁ ଶ୍ରୀ ଶାହା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତାମାନଙ୍କ ସହ ୫ଟି ସାଙ୍ଗଠନିକ ବୈଠକରେ ବସିବେ ବୋଲି କୁହାଯାଉଛି।

ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆରେ ଅମିତ ଶାହାଙ୍କ ଆଗମନ ଉପଲକ୍ଷ୍ୟେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଭୁବନେଶ୍ୱର, ପୁରୀ ଓ କଟକ ସଂସଦୀୟ କ୍ଷେତ୍ରର ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସିଥିବା ୨ ଜଣ ଲେଖାଏଁ ପ୍ରତିନିଧିସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବେ।

ସୋମବାର ଦିନ ଶ୍ରୀ ଶାହା ନୂଆଦିଲ୍ଲୀ ଫେରିଯିବେ।

ସମ୍ବନ୍ଧିତ ଖବର