ଜୁଲାଇ ୧ରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ତାଙ୍କର କି କି କାର୍ଯ୍ୟକ୍ରମ ରହିଛି, ସେ ନେଇ ନିର୍ଦ୍ଦିଷ୍ଟ ଭାବେ ଦଳ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ତେବେ ଦିନତମାମ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ଶାହ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଗସ୍ତ ବେଳେ କୌଣସି ସାଧାରଣ ସଭା ରଖାଯାଇ ନାହିଁ। ନିର୍ବାଚନ ଆଉ କମ୍‌ ଦିନ ଥିବାରୁ ବିଜେପିର ମିସନ୍‌ ୧୨୦ କିପରି ସଫଳ ହେବ, ସେ ନେଇ ଦଳର ସୁପ୍ରିମୋ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ବାଣ୍ଟିବେ ବୋଲି କୁହାଯାଉଛି।

ଗତ ଏପ୍ରିଲ୍‌ ମାସ ପ୍ରଥମ ସପ୍ତାହରେ ଶ୍ରୀ ଶାହ ଓଡ଼ିଶା ଆସିଥିଲେ। ବଲାଙ୍ଗୀର ଓ କଳାହାଣ୍ଡିରେ ଦୁଇଟି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସି କେନ୍ଦ୍ର ଏନ୍‌ଡିଏ ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ ଦଳୀୟ ସଭାରେ ସଫଳତା ବଖାଣିଥିଲେ। ଏବେ ପୁଣି ୧ ତାରିଖରେ ଶ୍ରୀ ଶାହ ଓଡ଼ିଶା ଆସି କର୍ମକର୍ତ୍ତାମାନଙ୍କୁ ମନ୍ତ୍ର ଫୁଙ୍କିବେ। ଶ୍ରୀ ଶାହଙ୍କ ଗସ୍ତର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଆସି ବିମାନବନ୍ଦର ଲୋକାର୍ପଣ କରିବେ। ବିଜେପିର ଏହି ଦୁଇ ହେଭିେଓ୍ଵଟ୍‌ଙ୍କ ନିୟମିତ ବ୍ୟବଧାନରେ ଓଡ଼ିଶା ଗସ୍ତ ରାଜ୍ୟର ରାଜନୈତିକ ପରିବେଶକୁ ସରଗରମ କରିଦେଇଛି। ବିଜେପି ଶିବିରରେ ଏ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର