ବିଜେପି ବିରୋଧରେ ମହାମେଣ୍ଟ ପାଇଁ ପ୍ରସ୍ତୁତି, ଚନ୍ଦ୍ରବାବୁ ନାଇଡୁ ହେବେ ସାମିଲ!

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଏନ୍‌ଡିଏକୁ ପରାସ୍ତ କରିବା ଲକ୍ଷ୍ୟରେ ବିରୋଧୀ ଦଳମାନେ ମହାମେଣ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ମହାମେଣ୍ଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ ବୋଲି ରାଜନୀତଜ୍ଞମାନେ ଏବେଠାରୁ ଆକଳନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଭେଟିଛନ୍ତି। ସାକ୍ଷାତକାର ପରେ ଦେବଗୌଡ଼ା କହିଛନ୍ତି, ନାଇଡୁ ଏବଂ କୁମାରସ୍ୱାମୀ ମୋତେ ଭେଟିଛନ୍ତି। ସାକ୍ଷାତକାର ସମୟରେ କେନ୍ଦ୍ରରେ ଏନଡିଏ ସରକାରକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ନେଇ ଆଲୋଚନା ହୋଇଛି।

ଦେବଗୌଡ଼ା କହିଛନ୍ତି କେନ୍ଦ୍ରରେ ଏଡିଏ ସରକାରରେ ବହୁ ଗୁଡ଼ିଏ ସମସ୍ୟା ଦେଖିବାକୁ ମିଳିଛି। ଗତତନ୍ତ୍ର ବ୍ୟବସ୍ଥା ବିପଦ ମୁହଁକୁ ଠେଲି ହୋଇ ଯାଇଛି। ସେ ସମସ୍ତ ନେତାଙ୍କ ନିକଟରେ ଅପିଲ କରିଛନ୍ତି ଯେ, ଏନଡିଏକୁ ହରାଇବା ପାଇଁ ସମସ୍ତ ସେକ୍ୟୁଲାର ନେତା ଏକାଠି ହେବାର ସମୟ ଆସିଛି।

ସମ୍ବନ୍ଧିତ ଖବର