କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ କଂଗ୍ରେସ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କୁ ଭେଟିବା ପରେ ରାଜନୈତିକ ହଟଚମଟ ସୃଷ୍ଟି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡିକର ମଧ୍ୟ ନିର୍ବାଚନୀ ଗୋଟି ଚଳାଇଲେଣି। ଉତ୍ତରପ୍ରଦେଶର ଆସନ ବୁଝାମଣାକୁ ନେଇ ଏନ୍‌ଡିଏ ସହଯୋଗୀ ଦଳ ଅପ୍‌ନା ଦଳ (ସୋନେଲାଲ୍‌) ଏନ୍‌ଡିଏ ଛାଡ଼ି କଂଗ୍ରେସ ସହ ମେଣ୍ଟ କରିବ ବୋଲି ଖବର ପ୍ରଚାରିତ ହେବା ମାତ୍ରେ ଭାଜପା ନେତାଙ୍କ ନିଦ ହଜିଯାଇଛି। ଅପ୍‌ନା ଦଳ ଓ କଂଗ୍ରେସର ବୈଠକ ଚାଲିଥିବା ଖବର ଶୁଣିବା ମାତ୍ରେ ଭାଜପା ନେତା ଅପ୍‌ନା ଦଳର ଦାବି ପୂରଣ କରାଯିବ ବୋଲି କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଓ ଅପ୍‌ନା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଶିଷ ପଟେଲ କଂଗ୍ରେସର ପଶ୍ଚିମ ଉତ୍ତର ପ୍ରଦେଶର ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କୁ ଭେଟିବା ପରେ ଏଭଳି କଥା ସାମ୍ନାକୁ ଆସିଛି। ଅନୁପ୍ରିୟା ପଟେଲ କହିଛନ୍ତି ଯେ ଭାଜପା ଅପ୍‌ନା ଦଳର ଦାବି ସଂପର୍କରେ ଫେବୃଆରି ୨୦ ତାରିଖ ଭିତରେ ନିଷ୍ପତ୍ତି ନେବ ବୋଲି କହିଥିଲା, ମାତ୍ର ଏ ଦିଗରେ କୌଣସି ସକାରତ୍ମକ ପ୍ରଗତି ହୋଇନଥିବା ହେତୁ ଅପ୍‌ନା ଦଳ ପକ୍ଷରୁ ସେ କଂଗ୍ରେସ ସହ ଯୋଗାଯୋଗ କରିଥିଲେ।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ତାଙ୍କର ସାକ୍ଷାତ ସଂପର୍କରେ କିଛି କହିବାକୁ ପ୍ରସ୍ତୁତ ନାହାନ୍ତି ଆଶିଷ ପଟେଲ୍‌। ସେ କହିଛନ୍ତି ଯେ ପୁଣି ଥରେ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦଳ ପ୍ରଧାନମନ୍ତ୍ରୀଭାବେ ଦେଖିବାକୁ ଚାହେଁ ।

ସମ୍ବନ୍ଧିତ ଖବର