ଏସଏଚଜି ଗ୍ରୁପ ପାଇଁ ସହାୟତା ଘୋଷଣା ପରେ ସିରିଜ ଟୁଇଟ କରି ସରକାରୀ ତଥ୍ୟ ଉପରେ ପ୍ରଶ୍ନ ଉଠାଇଲେ ଅପରାଜିତା

ଭୁବନେଶ୍ବର : ରାଜ୍ୟର  ଏସଏଚଜି ଗ୍ରୁପ ପାଇଁ ସରକାରଙ୍କ ସହାୟତା ଘୋଷଣା ପରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କରିଛନ୍ତି ସିରିଜ ଟୁଇଟ । ବିଭିନ୍ନ ତଥ୍ୟ ରଖି ମିଶନ ଶକ୍ତି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ରାଜ୍ୟରେ ମୋଟ ୬ ଲକ୍ଷ ଏସଏଚଜି ଗ୍ରୁପ ରହିଥିବା ସରକାରୀ ଦାବିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅପରାଜିତା ।

୨୦୧୩-୧୪ରେ  ୫ ଲକ୍ଷ ୨୩ ହଜାର ଏସଏଚଜି ଗ୍ରୁପ  ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଏବେ ୩ ଲକ୍ଷ ଅଧିକ ନୂଆ ଗ୍ରୁପ ତିଆରି ହେଉଥିବା କହୁଛନ୍ତି । ତା’ହେଲେ ସମୁଦାୟ ୮ ଲକ୍ଷ ୨୩ ହଜାର ଗ୍ରୁପ ରହିବା କଥା ।କିନ୍ତୁ ଏହା ୬ ଲକ୍ଷ ଗ୍ରୁପ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ବିଭାଗ ଗତ ବର୍ଷ ଅକ୍ଟୋବରରେ ଏସଏଚଜି ଗ୍ରୁପ ଗୁଡ଼ିକୁ ସିଡ ମନି ପ୍ରଦାନ ପାଇଁ ଚିଠି କରିଥିବା ବେଳେ ଏହା ଚଳିତ ବର୍ଷ ଜାନୁଆରୀରେ ପ୍ରଦାନ କରାଯାଇଛି ।

ତେଣୁ ସିଡ ମନି ପ୍ରଦାନରେ ଏହି ବିଳମ୍ବ କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ନାବାର୍ଡ ତଥ୍ୟରୁ ଜଣାପଡୁଛି ମାତ୍ର ୭୨ ହଜାର ଏସଏଚଜି ଗ୍ରୁପ ଗାଁ ସହିତ ସଂଯୁକ୍ତ ଅଛନ୍ତି । ଯଦି ରାଜ୍ୟରେ ୬ ଲକ୍ଷ ଗ୍ରୁପ ଅଛନ୍ତି ତାହେଲେ ଏମାନେ ବ୍ୟାଙ୍କ ସହିତ କାହିଁକି ସଂଯୁକ୍ତ ନୁହେଁ ବୋଲି ସେ ଟୁଇଟ ଯୋଗେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର