ଦୀପାଞ୍ଜଳି ହେଲେ ଅତାବିରା ଏନ୍‌ଏସି ଅଧ୍ୟକ୍ଷା

ଅତାବିରା : ଅତାବିରା ଏନ୍‌ଏସି ଅଧ୍ୟକ୍ଷା ଭାବେ ୱାର୍ଡ ନଂ-୩ ଭାଲିପାଲିର କାଉନ୍‌ସିଲର ଦୀପାଞ୍ଜଳି ଭରାସାଗର ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନ ପାଇଁ ଆଜି ଧାର୍ଯ୍ୟ ତାରିଖ ଥିବା ବେଳେ ଦୀପାଞ୍ଜଳି ୨ଟି ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦଳ ପକ୍ଷରୁ ଆଉ କୌଣସି ଆଶାୟୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ସେ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ରୀନା ବେହେରା ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷା

ହିନ୍ଦୋଳ : ହିନ୍ଦୋଳ ଏନ୍‌ଏସିର ନୂତନ ଅଧ୍ୟକ୍ଷା ଭାବେ ଆଜି ରୀନା ବେହେରା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଶାସକ ବିଜେଡି ୫ନମ୍ବର ଓ୍ଵାର୍ଡ ଧୁନ୍ଦିନାଳୀର ଶ୍ରୀମତୀ ବେହେରାଙ୍କୁ ଅଧ୍ୟକ୍ଷା ପ୍ରାର୍ଥିନୀ କରିଥିଲା। ଶ୍ରୀମତୀ ବେହେରା ଏକୁଟିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେଣୁ ଶ୍ରୀମତୀ ବେହେରା ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷା ହୋଇଛନ୍ତି।

ସମ୍ବନ୍ଧିତ ଖବର