ବିଜେଡି ଆଣିଲା ଅଭିଯୋଗ : ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ଅଂଚଳର ଜନସାଧାରଣଙ୍କୁ ଠିକଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି। ଶ୍ରୀ ପଣ୍ଡା ତାଙ୍କର ପାରିବାରିକ ବ୍ୟାବସାୟିକ ସଂସ୍ଥା ଇମ୍ପାରେ ପଦବୀରେ ଥାଇ ମୋଟାଅଙ୍କର ଦରମା ନେଉଥିଲେ ମଧ୍ୟ ତାହା ଗତ ନିର୍ବାଚନ ସମୟରେ ସତ୍ୟପାଠରେ ଦର୍ଶାଇ ନଥିଲେ। ଏ ନେଇ କେନ୍ଦ୍ରାପଡ଼ାବାସୀ ୨୦୧୪ରେ ସାଂସଦ ବୈଜୟନ୍ତଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାୟର କରିଥିଲେ। ସ୍ଥାନୀୟ ଲୋକେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ୨୦୧୪ ନିର୍ବାଚନୀ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ମିଛ ସୂଚନା ଦେଇଥିଲେ, ଯାହାକି ୨୦୧୯ ନିର୍ବାଚନରେ ପ୍ରମାଣିତ ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ୨୦୧୪ ନିର୍ବାଚନୀ ସତ୍ୟପାଠରେ ନିଜକୁ ସାଂସଦ ବୋଲି ଦର୍ଶାଇଥିବା ବେଳେ ସେ ନିଜର ବ୍ୟବସାୟ ବାବାଦରେ କିଛି ଉଲ୍ଲେଖ କରି ନ ଥିଲେ। ସେତେବେଳେ ସେ ଇମ୍ଫାର ଉପାଧ୍ୟକ୍ଷ ଥିଲେ। ଇମ୍ଫା ସହିତ ସଂପର୍କ ଥିବା ନେଇ ସେ ୨୦୧୯ ନିର୍ବାଚନୀ ସତ୍ୟପାଠରେ ସୂଚନା ପ୍ରଦାନ କରିଛନ୍ତି।

ବର୍ଷ ୨୦୧୯ ନିର୍ବାଚନୀ ଇସ୍ତାହାରରେ ବୈଜୟନ୍ତ ପଣ୍ଡା, ନିଜକୁ ଇମ୍ଫାର ଉପାଧ୍ୟକ୍ଷ ବୋଲି ଦର୍ଶାଇଛନ୍ତି। ସେ ୨୦୧୮ ଅକ୍ଟୋବର ୨୮ରୁ ଏହି ପଦରେ ୩ ବର୍ଷ ପାଇଁ ରହିବେ ଓ ଏଥି ପାଇଁ ମାସକୁ ୧୭ ଲକ୍ଷ ଟଙ୍କା ପାରିଶ୍ରମିକ ନେବେ। ଇମ୍ପାର ବାର୍ଷିକ ରିପୋର୍ଟ ୨୦୧୩-୧୪ ଏବଂ ୨୦୧୪-୧୫ରେ ସେ ନିଜକୁ ଇମ୍ଫାର ଉପାଧ୍ୟକ୍ଷ ବୋଲି ଦର୍ଶାଇଛନ୍ତି। ସେହି ସମୟରେ ସେ ବାର୍ଷିକ ୧.୦୪ କୋଟି ଟଙ୍କା ଦରମା ନେଉଥିଲେ ବୋଲି ବିଜେଡି କହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ବୈଜୟନ୍ତ ପଣ୍ଡା ନିଜର ପାରିବାରିକ ବ୍ୟବସାୟକୁ ସଂପୂର୍ଣ୍ଣ ରୂପେ ସମର୍ଥନ ଥିଲେ।

ସମ୍ବନ୍ଧିତ ଖବର