ଭଦ୍ରକ: କାହା କୁମର ରହିବେ ନିର୍ବାଚନ ମଇଦାନରେ!

ଭଦ୍ରକ: ଜିଲ୍ଲା ରାଜନୀତି ଏବେ ପୁତ୍ର ଥଇଥାନ ରାଜନୀତିରେ ବିଶ୍ୱାସ କରୁଛି। ବିଶେଷକରି ବିଜେଡି ଦଳରେ ବରିଷ୍ଠ ବିଜେଡି ନେତା ତଥା ସାଂସଦ ଅର୍ଜୁନ ଚରଣ ସେଠୀ ଏଥର ନିର୍ବାଚନ ନଲଢି ତାଙ୍କ ପୁତ୍ର ଅଭିମନ୍ୟୁଙ୍କ ପାଇଁ ଗୋଟି ଚାଳନା କରୁଥିବା ବେଳେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମଧ୍ୟ ତାଙ୍କ ପୁତ୍ର ଅସିତ ପଟ୍ଟନାୟକ (ବୁଲୁ)ଙ୍କ ପାଇଁ ଗୋଟି ଚାଳନା ଆରମ୍ଭ କରିଛନ୍ତି। ସେହିପରି ବାସୁଦେବପୁରର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ତାଙ୍କୁ ପୁତ୍ର ବିଷ୍ଣୁବ୍ରତଙ୍କ ପାଇଁ ମଇଦାନ ସଜାଡୁଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ନିଜ ପୁଅ କୁମାର ଚିରଂଜିବୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି।

କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ ମଧ୍ୟ ତାଙ୍କ ପୁତ୍ର ଅଭିଷେକ ରାଉତ ପାଇଁ ଚାନ୍ଦବାଲି ଆସନରୁ ପ୍ରାର୍ଥୀ କରିବାକୁ ଲବି ଆରମ୍ଭ କରିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ପିତାମାନେ ନିଜ ନିଜ ପୁତ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ସେତିତି ଚିନ୍ତିତ ଅଛନ୍ତି। ଉତ୍ତରାଧୀକାରୀ ସୂତ୍ରରେ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରି ନପାରିଲେ ରାଜନେତିକ କ୍ଷେତ୍ର ଅନ୍ୟ ହାତକୁ ପଳାଇ ଯିବ। ଥରେ କ୍ଷେତ୍ର ପଳାଇ ଗଲେ ଆଉ କ୍ଷେତ ପାଇବା କଷ୍ଟକର ହୋଇପଡିବ। ତେଣୁ ସବୁ ବାପାଙ୍କୁ ଏବେ ନିଜ ନିଜ ପୁଅଙ୍କ ଚିନ୍ତା ଘାରିଛି। ଆଗାମୀ ୨୦୧୯ ନିର୍ବାଚନ ମଇଦାନରେ କାହା କୁମର ରହିବେ ତାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା।

ସମ୍ବନ୍ଧିତ ଖବର