ବିହାରରେ ମହାମେଣ୍ଟରେ ଲାଲୁ କରୁଛନ୍ତି ଏହି ଖେଳ !

ପାଟନା: ବିହାରରେ ମହାମେଣ୍ଟରେ ଥିବା ଏକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ଦାବ ପେଞ୍ଚ ଅଛି ବୋଲି ଚର୍ଚ୍ଚା ହେଉଛି। ଏନଡିଏ ରୁ ଅଲଗା ହୋଇଥିବା ଉପନ୍ଦ୍ରେ କୁଶବାହଙ୍କ ପାର୍ଟି ଆରଏଲ୍‌ଏସ ପି ଓ ଶରଦ ଯାଦବଙ୍କ ଏଲ୍‌ ଜେ ଡି ଆର ଜେଡି ସହିତ ମେଣ୍ଟ କରିବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ଉପେନ୍ଦ୍ର କୁଶବାହ ନିଜ ଦଳ ପାଇଁ ୬ଟି ଲୋକସଭା ଆସନ ଦାବି କରୁଛନ୍ତି। ଏଣେ ଶରଦ ଯାଦବ ମଧେପୁରା ଆସନ ସମେତ ତିନିଟି ଆସନରୁ ତାଙ୍କ ଦଳ ପ୍ରାର୍ଥୀ ଦେବାକୁ ଦାବି କରୁଛନ୍ତି।


ଖାଲି ସେତିକି ନୁହେଁ ଆରଏଲଏସପି ନେତା ନାଗମଣି ଏ ବିଷୟରେ ରାଞ୍ଚିରେ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ଉପେନ୍ଦ୍ର କୁଶବାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ଦାବି କରିଛନ୍ତି। ଶରଦ ଯାଦବ ଏହି ପ୍ରସଙ୍ଗରେ ଜାନୁଆରି ୫ ତାରିଖରେ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବାକୁ ଯାଉଛନ୍ତି। କିନ୍ତୁ ଚର୍ଚ୍ଚା ହେଉଛି ଯେ ଉପେନ୍ଦ୍ର କୁଶବାହ ଓ ଶରଦ ଯାଦବଙ୍କ ଦାବି ମାନିବାକୁ ଆରଜେଡି ନେତାମାନେ ରାଜି ନୁହଁନ୍ତି। ଶରଦ ଯାଦବଙ୍କୁ ଗୋଟିଏ ସିଟ୍‌ ଓ ଆରଏଲଏସପିକୁ ଦୁଇଟି ଆସନ ଦେବାକୁ ଚାହୁଁଛି ଆରଜେଡି। ଏଣୁ ମହାମେଣ୍ଟକୁ ଜାଣିଶୁଣି ଟାଳି ଦେଉଛନ୍ତି ଲାଲୁ ଯାଦବ। କୁହାଯାଉଛି ଯେ ଜାନୁଆରି ୧୫ ତାରିଖ ପରେ ଏ ବିଷୟରେ ବିଧିବଦ୍ଧଭାବେ ଚର୍ଚ୍ଚା ହେବ।

ସମ୍ବନ୍ଧିତ ଖବର