୨୪ରେ ବିଜେପୁର ଉପ ନିର୍ବାଚନ ଭୋଟ୍‌ ଗଣତି ; ୧୪ଟି ଟେବୁଲ୍‌ରେ ଗଣିବେ ୧୦୩ ଅଧିକାରୀ

ବିଜେପୁର: ଗତକାଲି ବିଜେପୁର ଉପନିର୍ବାଚନର ମତଦାନ ଶେଷ ହୋଇ ୭୯.୧୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ତେବେ ୨୪ ତାରିଖ ଦିନ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି।

ଭୋଟ ଗଣନା ପାଇଁ ୧୪ଟି କାଉଣ୍ଟିଂ ଟେବୁଲ୍‌ ରହିବ। ୧୪ଟି ଟେବୁଲ୍‌ରେ ୧୦୩ ଜଣ ଅଧିକାରୀ ଗଣତି କରିବେ । ପ୍ରତ୍ୟେକ ଟେବୁଲ୍‌ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବ୍‌ଜର୍ଭର ରହିବେ। ଏଥର ମତଦାନ ପୂର୍ବ ଥରର ସାଧାରଣ ନିର୍ବାଚନଠାରୁ ବି ଅଧିକ ହୋଇଛି। ୧୪ଟି ଟେବୁଲ୍‌ ମଧ୍ୟରୁ ଗୋଟିଏ ଟେବୁଲ୍‌ ଭିଭିପାଟ୍‌ କାଉଣ୍ଟିଂ ପାଇଁ ରହିବ। ତେବେ, ବରଗଡ଼ର ପଦ୍ମପୁରରେ ଏହି ଭୋଟ ଗଣତି ହେବ ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରରେ ୮୦.୨୯, ୨୦୧୮ ଉପନିର୍ବାଚନରେ ୮୨.୩ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ୭୮.୯୨ ପ୍ରତିଶତ ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର