ବିଜେପୁର ଉପନିର୍ବାଚନ ପାଇଁ ୨ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ନିମନ୍ତେ ଭାରତ ନିର୍ବାଚନ କମିସନ ୨ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତିି। ସେମାନେ ହେଉଛନ୍ତି ଅଭିଷେକ ଚନ୍ଦ୍ରା, ଆଇଏଏସ୍‌, ସାଧାରଣ ପର୍ଯ୍ୟବେକ୍ଷକ ଓ ସୁନିଲ କୁମାର ଯାଦବ, ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ, ବ୍ୟୟ ପର୍ଯ୍ୟବେକ୍ଷକ। ଶ୍ରୀ ଚନ୍ଦ୍ରାଙ୍କୁ ୯୫୫୬୫୪୬୨୭୦ ମୋବାଇଲ୍‌ ଏବଂ [email protected] ଇ-ମେଲ୍‌ ଓ ଶ୍ରୀ ଯାଦବଙ୍କୁ ୯୫୫୬୫୪୨୮୭୦ ମୋବାଇଲ୍‌ ଏବଂ [email protected] ଇ-ମେଲ୍‌ ଯୋଗେ ନିର୍ବାଚନ ସଂକ୍ରାନ୍ତ ସୂଚନା ପ୍ରଦାନ ନିମନ୍ତେ ଯୋଗାଯୋଗ କରିହେବ।

ସମ୍ବନ୍ଧିତ ଖବର