ଖୁବ୍‌ ଶୀଘ୍ର ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା

 

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ୨୦୧୪ ବିଜେପୁର ନିର୍ବାଚନ ଫଳାଫଳକୁ ନେଇ ଚାଲିଥିବା ମାମଲାକୁ ଆଉ ଆଗକୁ ନ ନେବା ପାଇଁ ଗତ ୧୬ ତାରିଖରେ ହାଇକୋର୍ଟ ରାୟ ଶୁଣାଇଥିଲେ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟଙ୍କ ଏହି ରାୟର ନକଲକୁ ମୁଖ୍ୟ ନିର୍ବାଚନ କମିସନ୍‌ଙ୍କ ନିକଟକୁ ପଠାଇଛନ୍ତି। ତେଣୁ ଉପନିର୍ବାଚନ ପାଇଁ ବାଟ ଫିଟିଯାଇଛି। ଯେ କୌଣସି ସମୟରେ ନିର୍ବାଚନ କମିସନ୍‌ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ସମ୍ଭବତଃ ଆସନ୍ତା ସପ୍ତାହରେ ତାରିଖ ଘୋଷଣା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର