ଦିବଂଗତ ନେତା ଓ ସହିଦମାନଙ୍କ ପାଇଁ ଗୃହରେ ନିରବ ପ୍ରାର୍ଥନା ଚାଲିଥିଲା ବେଳେ ଶୋଇପଡ଼ିଲେ ବିଷ୍ଣୁ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ଦିବଂଗତ ନେତା ଓ ସହିଦମାନଙ୍କ ପାଇଁ  ବିଧାନସଭା ଗୃହରେ ନିରବ ପ୍ରାର୍ଥନା ଚାଲିଥିଲା ବେଳେ ଅନ୍ୟପଟେ ନିଘୋଡ ନିଦ୍ରାରେ ଶୋଇ ରହିଥିଲେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ସବୁ ବିଧାନସଭା ସଦସ୍ୟ ଠିଆ ହୋଇଥିବା ସମୟରେ ବେଫିକର ନିଜ ଆସନରେ ନିଦ୍ରା ଯାଇଥିଲେ। ତେବେ ଏହି ଦୃଶ୍ୟ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଯାଇଥିଲା।

ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଚାଲୁଥିବା ସମୟରେ ନିଘୋଡ ନିଦରେ ଶୋଇପଡିଥିଲେ ବିଷ୍ଣୁ । ବିଧାୟକଙ୍କ ଗହଳି ଚହଳି ମଧ୍ୟ ବିଷ୍ଣୁଙ୍କ ନିଦରେ ବାଧା ସୃ୍ଷ୍ଟି କରିପାରିନଥିଲା । ଲାଗୁଥିଲା ଯେମିତି ରାଜଧାନୀର ଟାଣୁଆ ଖରା ବାଜିବା ପରେ କ୍ଲାନ୍ତ ହୋଇପଡିଥିଲେ ବିଷ୍ଣୁ । ଆଉ ବିଧାନସଭାର ଥଣ୍ଡା ପବନ ଯେପରି ବିଷ୍ଣୁଙ୍କର ସମସ୍ତ କ୍ଲାନ୍ତ ଦୂର କରି ଦେଇଥିଲା ଓ ଆପଣାଛାଏଁ ବିଷ୍ଣୁଙ୍କର ଆଖି ବନ୍ଦ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର