ଭୁବନେଶ୍ବର: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧିର ଉଂଲଘନ ଅଭିଯୋଗ ଆଣିଲା ବିଜେଡି । ନିର୍ବାଚନ କମିସନଙ୍କ ଅନୁମତି ନ ନେଇ କେନ୍ଦ୍ରାପଡାରେ ବିଜେପି ଲୋକସଭା ବୈଜୟନ୍ତ ପଣ୍ଡା ପ୍ରଚାର ଗାଡି ବୁଲାଉଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିନା ଅନୁମିତିରେ ଭିଡିଓ ଭ୍ୟାନ ବୁଲାଇବା ଆଚରଣ ବିଧିର ଉଂଲଘନ। ଏଥିଲାଗି ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମିଛ ଗୁଇନ୍ଦା ରିପୋର୍ଟ ଦେଖାଇ ବିଜେଡିକୁ ବଦନାମ କରିବା ପାଇଁ ହୋଇଥିବା ଅପଚେଷ୍ଟା ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ନିର୍ବାଚନ କମିସନ । ସେହିପରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଉଜ୍ୱଳା ଯୋଜନାରେ ହୋଡିଂ ଲଗାଯାଇଥିବା ଅଭିଯୋଗ ଆଣିଛି ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଡିଂ ହଟୁ ନଥିବାରୁ କ୍ଷୋଭ ପ୍ରକାଶ କରିଛି ବିଜେଡି।