ବିଜେପି ବିରୋଧରେ ବିଜେଡି ଆଣିଲା ଆଚରଣ ବିଧି ଉଲଂଘନ ଅଭିଯୋଗ: ବିନା ଅନୁମତିରେ ଭିଡିଓ ଭ୍ୟାନ ବୁଲାଯାଉଛି

ଭୁବନେଶ୍ବର: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧିର ଉଂଲଘନ ଅଭିଯୋଗ ଆଣିଲା ବିଜେଡି । ନିର୍ବାଚନ କମିସନଙ୍କ ଅନୁମତି ନ ନେଇ କେନ୍ଦ୍ରାପଡାରେ ବିଜେପି ଲୋକସଭା ବୈଜୟନ୍ତ ପଣ୍ଡା ପ୍ରଚାର ଗାଡି ବୁଲାଉଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିନା ଅନୁମିତିରେ ଭିଡିଓ ଭ୍ୟାନ ବୁଲାଇବା ଆଚରଣ ବିଧିର ଉଂଲଘନ। ଏଥିଲାଗି  ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବ  ବିଜେଡି ।

ସେହିପରି ମିଛ ଗୁଇନ୍ଦା ରିପୋର୍ଟ ଦେଖାଇ ବିଜେଡିକୁ ବଦନାମ କରିବା ପାଇଁ ହୋଇଥିବା ଅପଚେଷ୍ଟା ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ନିର୍ବାଚନ କମିସନ । ସେହିପରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଉଜ୍ୱଳା ଯୋଜନାରେ ହୋଡିଂ ଲଗାଯାଇଥିବା ଅଭିଯୋଗ ଆଣିଛି ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଡିଂ ହଟୁ ନଥିବାରୁ କ୍ଷୋଭ ପ୍ରକାଶ କରିଛି ବିଜେଡି।

ସମ୍ବନ୍ଧିତ ଖବର