ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଜାରି : ଭୁବନେଶ୍ୱର ଲୋକସଭାରୁ ଲଢ଼ିବେ ଅରୁପ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ ଯିବେ ରାଜ୍ୟସଭା

ଭୁବନେଶ୍ୱର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛନ୍ତି ନବୀନ । ସେହିଭଳି ସିନେଷ୍ଟାର ଅନୁଭବ ମହାନ୍ତିଙ୍କୁ ଦଳ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ରବୀନ୍ଦ୍ର ଜେନାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି ।

ବିଜୁ ଜନତା ଦଳ (ବିଜେଡି) ବୁଧବାର ନିଜର କିଛି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛନ୍ତି। ପୁରୀ ଲୋକସଭା ଆସନରୁ ପିନାକୀ ମିଶ୍ର, ବାଲେଶ୍ୱରରୁ ରବୀନ୍ଦ୍ର ଜେନା, ଯାଜପୁରରୁ ଶର୍ମିଷ୍ଠା ସେଠୀ, ସମ୍ବଲପୁରରୁ ନଳିନୀ ପ୍ରଧାନ, କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ଓ ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି।

୯ ଲୋକସଭା ପାଇଁ ବିଜେଡିର ପ୍ରାର୍ଥୀ

୧) ଭୁବନେଶ୍ୱର: ଅରୁପ ପଟ୍ଟନାୟ
୨) ପୁରୀ: ପିନାକୀ ମିଶ୍ର
୩) ବାଲେଶ୍ୱର: ରବୀନ୍ଦ୍ର ଜେନା
୪) ଯାଜପୁର: ଶର୍ମିଷ୍ଠା ସେଠୀ
୫) ସମ୍ବଲପୁର: ନଳିନୀ ପ୍ରଧାନ
୬) କେନ୍ଦ୍ରାପଡ଼ା: ଅନୁଭବ ମହାନ୍ତି
୭) ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ
୮) ଭଦ୍ରକ: ମଞ୍ଜୁଲତା ମଣ୍ଡଳ
୯) ଡ. ଦେବାଶିଷ ମାରାଣ୍ଡି

ସମ୍ବନ୍ଧିତ ଖବର