ଭୁବନେଶ୍ୱର: ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ବିଜେଡି ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳି ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବିଜେଡି ୯ଟି ଲୋକସଭା ଆସନ ମଧ୍ୟରୁ ୮ଟି ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି । କେବଳ ବଲାଙ୍ଗୀର ଆସନକୁ ଛାଡିଦେଲେ ଘୋଷଣା ହୋଇଥିବା ବାକି ଆସନଗୁଡିକରେ ବିଜେଡି ପ୍ରାର୍ଥୀ ବଦଳାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଉ ବିଜେଡିର ଏହି ଘୋଷଣା ସହ ସିନେଷ୍ଟାରରୁ ୨ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ଦିଆଯାଇଛି । ବ୍ରହ୍ମପୁର ଆସନରୁ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି । ପୂର୍ବରୁ ଚନ୍ଦ୍ରଶେଖର କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିଲେ । ତେବେ ନବୀନ ନିବାସରେ ଟିକେଟ କସରତ ହେଉଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହୋଇଥିଲା ।
ଏପରିକି ଗତକାଲି ସିଦ୍ଧାନ୍ତ ମହାପାତ୍ର ଟିକେଟକୁ ନେଇ କହିଥିଲେ, ‘ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାହାକୁ ମାନିବେ । ଏପରିକି ଦଳର ଶୃଙ୍ଖଳିତ କର୍ମୀ ଭାବେ ଦଳ ପକ୍ଷରୁ ପ୍ରଚାର କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ସେ।’ ଏହାପୂର୍ବରୁ ୨୦୦୯ରେ ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ମାତ ଦେଇ ବିଜେଡି ସବୁଜ ବାନା ଉଡାଇଥିଲା । ଆଉ ଏହାପରେ ଲଗାତାର ଦୁଇଥର ବିଜେଡି ଟିକେଟରେ ବିଜୟୀ ସିଦ୍ଧାନ୍ତ ମହାପାତ୍ର ହୋଇ ଆସୁଥିଲେ ।