ବିଜେଡି ଏସ୍‌ଟି ସାମ୍ମୁଖ୍ୟ ଗଠିତ : ସୁଦାମ ରାଜ୍ୟ ଆବାହକ, ଦୁଇ ଉପ ସଭାପତି ଓ ୬ ସାଧାରଣ ସଂପାଦକ ନିଯୁକ୍ତ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ ଗଠନ କରିଛନ୍ତି। ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମନୋନୀତ କରାଯାଇଛି। ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ ଓ କୋରାପୁଟ ସାଂସଦ ଝିନ୍ନ ହିକ୍‌କା ଏହି ସାମ୍ମୁଖ୍ୟର ଉପସଭାପତି ରହିବେ। ସାଧାରଣ ସଂପାଦକ ଭାବେ ଉମରକୋଟ ବିଧାୟକ ସୁବାଷ ଗଣ୍ଡ, ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର, ତେଲକୋଇର ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାଏକ ଏବଂ ସୁନ୍ଦରଗଡ଼ର ବରିଷ୍ଠ ଜନଜାତି ନେତା ଏମ୍ମା ଏକ୍କାଙ୍କୁ ମନୋନୀତ କରାଯାଇଛି। ଆଜି ଦଳ ପକ୍ଷରୁ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଏହା ଜଣାଇଛନ୍ତି।

ସମ୍ବନ୍ଧିତ ଖବର