ବିଜେଡିରେ ମିଶ୍ରଣ ପର୍ବ

ଭୁବନେଶ୍ବର : ବିଜେପି ଓ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚାର କିଛି ଜିଲ୍ଲା ସଭାପତି ଓ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଅନିସୁର ରହେମାନ, ଗଞ୍ଜାମ ଜିଲ୍ଲା ସଭାପତି ବାବୁ ଖାନ୍, ଝାରସୁଗୁଡ଼ା ଜିଲ୍ଲା ସଭାପତି ଏସ୍ କେ ତୁଫାନ, ନବରଙ୍ଗପୁର ଜିଲ୍ଲା ସଭାପତି ଅନୱର ଖାନ୍, ସୁନ୍ଦରଗଡ଼ ଜିଲ୍ଲା ସଭାପତି ମହମ୍ମଦ ମୋଇନ, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ଖୁଦରତ୍ ଓ ଏସ୍ କେ ମୁସ୍ତାଫା ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆ‌ୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ନେତାମାନଙ୍କୁ ଦଳକୁ ସ୍ବାଗତ କରିଥିଲେ। ଏମାନଙ୍କ ଯୋଗଦାନ ବିଜେଡିର ସାଂଗଠନିକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ ଆଶାପ୍ରକଟ କରିଥିଲେ। ବିଜେଡି ସଂଖ୍ୟାଲଘୁ ସେଲ୍‌ର ରାଜ୍ୟ ସଭାପତି ମୁନା ଖାନ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର