ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଉଚ୍ଚବର୍ଗଙ୍କୁ ୧୦% ସଂରକ୍ଷଣ ବିଲକୁ ବିଜେଡିର ସମର୍ଥନ

ବିଜୁ ପଟ୍ଟନାୟକ କହୁଥିଲେ ଗରିବର କୌଣସି ଜାତି ନାହିଁ : ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗଙ୍କୁ ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ମୋଦି ସରକାର ଆଣିଥିବା ବିଲକୁ ବିଜେଡି ସମର୍ଥନ କରିଛି ।

ଆଜି ରାଜ୍ୟସଭାରେ ଏହି ବିଲ ସଂପର୍କରେ ବିତର୍କ ବେଳେ ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ତାଙ୍କ ଦଳ ଏହି ବିଲକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ । ଏହି ବିଲ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ବରଂ ଏହି ବିଲକୁ ଆଣିବାରେ ସରକାର ଡେରି କରିଦେଲେ ବୋଲି ସେ କହିଛନ୍ତି ।

ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ ଯେ ଗରିବର କୌଣସି ଜାତି ନାହିଁ । ୧୯୮୯ରେ ମଣ୍ଡଳ ଆନ୍ଦୋଳନ ଚାଲିଥିବାବେଳେ କେତେକ ଆନ୍ଦୋଳନକାରୀ ବିଜୁ ପଟ୍ଟନାୟକଙ୍କ ପାଖକୁ ଆସିବାରୁ ସେ ସେମାନଙ୍କୁ କହିଥିଲେ ଯେ ଗରିବର କୌଣସି ଜାତି ନାହିଁ । ଏହା ଶୁଣି ଆନ୍ଦୋଳନକାରୀମାନେ ସନ୍ତୋଷ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର