ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସମାନ୍ ଅଲ୍ଲୀ ନାଁରେ ପେଟ୍ରୋଲ ପମ୍ପ ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ଗୁରୁବାର ବିଜେଡି କହିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟସଭା ସାଂସଦ କହିଛନ୍ତି, ଜଣେ ଗ୍ୟାଙ୍ଗଷ୍ଟରକୁ ପେଟ୍ରୋଲ ପମ୍ପ କେମିତି ଦିଆଯାଇଥିଲା। ପେଟ୍ରୋଲିୟମ ମନ୍ତ୍ରାଳୟ ଏବାବଦରେ କିଛି ଜାଣିନଥିଲା କି ବୋଲି ପ୍ରଶ୍ନ କରିଛନ୍ତି। ପ୍ରତାପ ଦେବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ କାହାକୁ ଘଣ୍ଟ ଘୋଡାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପେଟ୍ରୋଲ ପମ୍ପ ଆବଣ୍ଟନ ନେଇ କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଜାଣି ନଥିଲେ କି? ଗୋଟିଏ ପଏଣ୍ଟରେ ସିବିଆଇକୁ ତଦନ୍ତ ଦେବା କେତେ ଯୁକ୍ତିଯୁକ୍ତ। ତାଙ୍କର କ୍ରାଇମ ସିଣ୍ଡିକେଟ୍ ସହ ସଂପର୍କ ପଦାକୁ ଆସୁଛି। ପୂରା ଘଟଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସନ୍ଦେହ ଘେରକୁ ଟାଣିଆଣିଛି। ପ୍ରତାପ ଦେବ କେନ୍ଦ୍ରମନ୍ତ୍ରୀଙ୍କ ଅନୁମତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ପେଟ୍ରୋଲ ପମ୍ପର ସିବିଆଇ ତଦନ୍ତକୁ ନେଇ ପ୍ରତାପ ଦେବ ପ୍ରଶ୍ନ ଉଠାଇଛନ୍ତି।
ବିଜେଡି କହିଛି, ଆଇଓସିଏଲ୍ କର୍ତ୍ତୃପକ୍ଷ କେମିତି ଡେରିରେ ଜାଣିଲେ ଅନିୟମିତତା ହୋଇଛି। କାହା ସ୍ୱାର୍ଥରେ ଏତେ ଦିନ ଚୁପ ରହିଥିଲେ ଆଇଓସିଏଲ କର୍ତ୍ତୃପକ୍ଷ। କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ପରେ ସିବିଆଇ ତଦନ୍ତ ସନ୍ଦେହଜନକ।