ଉତ୍ତର ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଓ୍ଵାର୍ଡ ନଂ- ୯ ଓ ୧୨ରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ପାରମ୍ପରିକ ଆଦିବାସୀ ନୃତ୍ୟ ସହ ଧିରିକୁଟି ବସ୍ତିରୁ ପଦଯାତ୍ରାରେ ବାହାରିଥିଲେ। ଲାଇନ୍‌ ମୁଣ୍ଡା ସାହି ନିକଟରେ ପଦଯାତ୍ରା ସରିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନାଙ୍କ ସହ କର୍ପୋରେଟର୍‌ ଭାରତୀ ସିଂହ, ସୂର୍ଯ୍ୟକାନ୍ତି ଜେନା, ଜୟନ୍ତୀ ଜେନା, ହରିଶ ମୁର୍ମୁ, ପ୍ରଣତୀ ନାୟକ, ରଶ୍ମିତା ମହାନ୍ତି, ମାନସିରାଣୀ ସୁନ୍ଦରାୟ, ସୁସ୍ମିତା ଦାସ, ସୌଭାଗ୍ୟ ବାରିକ ଓ ସଞ୍ଜୟ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନେତାମାନେ ଲୋକଙ୍କୁ ଅବଗତ କରାଇବା ସହ କେନ୍ଦ୍ରର ବୈମାତୃକ ମନୋଭାବ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର