ଧର୍ମେନ୍ଦ୍ରଙ୍କ ଆକ୍ଷେପକୁ ବିଜେଡି ଦେଲା ଜବାବ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପକୁ ବିଜେଡି ଜବାବ ଦେଇଛି। ସାମାଜିକ କାର୍ଯ୍ୟକ୍ରମରେ ଆକ୍ଷେପ କରିବାକୁ ଧର୍ମେନ୍ଦ୍ର ପଛାଉ ନାହାନ୍ତି। ବିଗତ ୪ ବର୍ଷ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ କିଛି କରି ନାହାନ୍ତି। ରାଜ୍ୟବାସୀ ଏହାର ଉପଯୁକ୍ତ ଜବାବ ଦେବେ। ବକ୍ସି ଜଗବନ୍ଧୁ ନାଁରେ ଟ୍ରେନ୍‌ ଚଳାଇବାକୁ ରାଜ୍ୟ ପ୍ରସ୍ତାବ ଦେଇଛି। ହେଲେ ଏଯାଏଁ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହକି ବିଶ୍ୱକପ ନେଇ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର