ଅର୍ଥମନ୍ତ୍ରୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେପି; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା

ଭୁବନେଶ୍ବର :  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବହିଷ୍କାର ଦାବୀ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଅର୍ଥ ମନ୍ତ୍ରୀ କାଳିଆ ଯୋଜନାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରିବର୍ଧିତ କରିଥିବା ଅଭିଯୋଗ ଆଣିଛି ଦଳ।  ଏହା ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିବା ସହ  ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ମନ୍ତ୍ରୀଙ୍କ ବହିଷ୍କାର ଦାବି ଲାଗି ପତ୍ର ପ୍ରଦାନ କରିଛନ୍ତି ।

ସମୀର ମହାନ୍ତି କହିଛନ୍ତି କି, କାଳିଆ ଯୋଜନାରେ ଯେଉଁ ଅର୍ଥ ପଠାଯାଉଛି, ସେଥିରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରିନାହାନ୍ତି । ବର୍ତ୍ତମାନ ରାଜ୍ୟର ଅର୍ଥମନ୍ତ୍ରୀ ଆଚରଣ ବିଧି ଲାଗୁ ହେବା ପରେ ଗଣମାଧ୍ୟମକୁ ବିବୃତି ଦେଇଛନ୍ତି କି କାଳିଆ ଟଙ୍କା ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲୁ ରହିବ । ଏହାକୁ ଦୃଷ୍ଟିରେ ରଖି ଦଳ ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେବା ସହ ନିର୍ବାଚନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ଏବଂ  ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯେଉଁ ହୀନ ଉଦ୍ୟମ କରାଯାଉଛି, ତାର ପ୍ରତିବାଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ରାଜ୍ୟ ବିଜେପି ଉପସଭାପତି କହିଛନ୍ତି ।

ସମ୍ବନ୍ଧିତ ଖବର