ଧର୍ମଶାଳାରେ ମନ୍ଦିର ପ୍ରଚାର ଓ ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ତୃଟିରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପଡା ଗ୍ରାମରେ ଥିବା ଏକ ମନ୍ଦିର ଉପରେ ବିଜେଡି ଦଳୀୟ ରଙ୍ଗ, ଚିହ୍ନ ଏବଂ ନିର୍ବାଚନ ପ୍ରଚାରର ବିଷୟ ଲେଖିଛି। ମନ୍ଦିର ପରିସରରେ ପ୍ରଚାର କରିବା ବା ପୋଷ୍ଟର ମାରିବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ପରିପନ୍ଥୀ ବୋଲି ବିଜେପି ଅଭିଯୋଗ ଆଣିଛି। ବିଜେଡି କ୍ଷମତା ଲୋଭରେ ଧର୍ମାନୁଷ୍ଠାନରେ ନିର୍ବାଚନୀ ପ୍ରଚାର କରୁଛି। ଶାସକ ଦଳ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରିଥିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଯଥାଶୀଘ୍ର ଏହି ଘଟଣା ଉପରେ ଯାଜପୁର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିର ପରିସରରେ ଥିବା ହୋର୍ଡିଂ ହଟାଇବାକୁ ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଦାବି କରିଛି।

ସେହିପରି ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ବେହେରାଙ୍କ ନାଁରେ ଭିଜିଲାନ୍ସ କେଶ ଅଛି, ଯାହା ହାଇକୋର୍ଟରେ ବିଚାରାଧୀନ ରହିଛି। ଏକଥା ସେ ନାମାଙ୍କନ ପତ୍ରରେ ଉଲ୍ଲେଖ କରି ନାହାନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର