ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀତ୍ୱକୁ ‘ଅଫିସ ଅଫ ପ୍ରଫିଟ ନିୟମ’ ଅନୁସାରେ ଖାରଜ କରିବାକୁ ଦାବି ଜଣାଇଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ବିଧାନସଭା (ମଧ୍ୟ) ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ରରେ ତ୍ରୁଟି ରହିଛି । ସେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ ଫର୍ମ -୨୬ର ସତ୍ୟପାଠ ପୂରଣ କରିନାହାନ୍ତି। ସେହିପରି ବିଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ପୂରଣ କରିଛନ୍ତି । ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୧୯୧ ଅନୁୟାୟୀ ଶ୍ରୀ ଜେନାଙ୍କ ନାମାଙ୍କନ ପତ୍ର ଅଫିସ ଅଫ ପ୍ରଫିଟ ନିୟମ ଅନୁସାରେ ଖାରଜ ହେବା କଥା । ହେଲେ ରିଟର୍ଣ୍ଣିଙ୍ଗ ଅଫିସର ବିଜେଡି ପ୍ରାର୍ଥୀ ଶ୍ରୀ ଜେନାଙ୍କ ନାମାଙ୍କନ ପତ୍ରକୁ ଖାରଜ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।

ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏ ସମ୍ବନ୍ଧରେ ଅଭିଯୋଗ ଆଣିିବା ପରେ ବି ରିଟର୍ଣ୍ଣିଙ୍ଗ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ସମୀର ମହାନ୍ତିିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଶ୍ରୀ ଜେନାଙ୍କ ପ୍ରାର୍ଥପତ୍ରକୁ ନିରପେକ୍ଷତାର ସହ ଯାଂଚ କରିବା ସହ ନାମାଙ୍କନ ପତ୍ର ନାକଚ କରିବା ପାଇଁ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ଓ ସତ୍ୟବ୍ରତ ନାୟକ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଏବଂ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର