ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ମୁତୟନ ହେଉ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଥିବା ୨୧ ଟି ଲୋକସଭା ର୍ନିବାଚନ ମଣ୍ଡଳୀ ଅଧିନରେ ଥିବା ୧୪୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଅନେକ ସମ୍ବେଦନଶୀଳ ବୁଥ୍‌ ରହିଛି । ତା’ର ତାଲିକା ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦିଆଯାଇଛି । ସେହି ବୁଥମାନଙ୍କରେ ବିଜେଡି ଦଳ ଦାଦାଗିରି ଦେଖାଇ ସଂପୂର୍ଣ୍ଣ ଭାବେ ଭୋଟ ପ୍ରକିୟାକୁ ପ୍ରଭାବିତ କରିବାର ଆଶଙ୍କା ଅଛି। ଶାସକ ଦଳ ଦ୍ୱାରା ବୁଥ ର‍୍ୟାଗିଙ୍ଗ ସହ ବୁଥ କ୍ୟାପଚରିଙ୍ଗର ସମ୍ଭାବନା ଅଛି । ଏହାକୁ ରୋକିବା ପାଇଁ କେନ୍ଦ୍ରରୁ ଯେଉଁ ପାରା ମିଲିଟାରୀ ଫୋର୍ସ ଆସୁଛି ସୋମାନଙ୍କୁ ସେହି ସମ୍ବେଦନଶୀଳ ବୁଥ୍‌ ଗୁଡିକରେ ମୁତୟନ କରାଯାଉ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ର୍ନିବାଚନ ଅଧିକାରିଙ୍କ ପାଖରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସୂର୍ଯ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର