କଂଗ୍ରେସ ଜାତୀୟ ସୁରକ୍ଷା ବିରୋଧରେ କାମ କରୁଛି: ବିଜେପି

ନୂଆଦିଲ୍ଲୀ: ବାମପନ୍ଥୀ ବିଚାରକ ଗିରଫ ହେବା ପରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ବିବାଦ ଲାଗି ରହିଛି। ଭୀମା କୋରେଗାଓ ହିଂସା ମାମଲାରେ ଚଢ଼ାଉ ସମୟରେ ମିଳିଥିବା ଚିଠିକୁ ନେଇ ବିଜେପି ପୁଣି ଥରେ କଂଗ୍ରେସ ଉପରେ ଆକ୍ରମଣାତ୍ମକ ବୟାନ ଦେଇଛି। ବିଜେପି କହିଛି, କଂଗ୍ରେସ କାହିଁକି ନକ୍ସଲଙ୍କ ସହିତ ହାତ ମିଳାଉଛି। କଂଗ୍ରେସ ସବୁବେଳେ ଜାତୀୟ ସୁରକ୍ଷା ବିରୋଧରେ କାମ କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି।

ଅନ୍ୟପଟରେ କଂଗ୍ରେସ ମଧ୍ୟ ବିଜେପିର ପ୍ରତ୍ୟୁତ୍ତର ରଖିଛି। ବିଜେପିର ଅଭିଯୋଗ ପରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି, ଯଦି କଂଗ୍ରେସ ସହିତ ନକ୍ସଲଙ୍କ ସଂପର୍କ ଅଛି, ତା’ହେଲେ ମୋତେ ଗିରଫ କରାଯାଉ। କଂଗ୍ରେସକୁ ବିଜେପି ଆଗରୁ ଦେଶଦ୍ରୋହୀ କହୁଥିଲା ଓ ଏବେ ନକ୍ସଲି କହୁଛି।

ବିଜେପି ମୁଖପାତ୍ର ସନ୍ଦୀପ ପାତ୍ର ଏହି ଚିଠି ଉପରେ କହିଛନ୍ତି, ଦୁଇ ଜଣ କମରେଡଙ୍କ ମଧ୍ୟରେ ଚିଠି ଆଦାନ ପ୍ରଦାନ ହୋଇଥିଲା। ଏଥିରେ ଏକ ଫୋନ୍‌ ନମ୍ବର ଉଲ୍ଲେଖ ଥିଲା। ପରେ ଜଣା ପଡ଼ିଲା ଯେ, କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ହେଉଛି ଏହି ଫୋନ୍‌ ନମ୍ବର। ଚିଠିରେ ଲେଖା ଥିଲା ଯେ, ଆନ୍ଦୋଳନ ପାଇଁ ଯଦି ପାଣ୍ଠି ଓ ଟଙ୍କା ଦରକାର ଥାଏ, ତେବେ ଏହି ତାଙ୍କ ସଂପର୍କ କରନ୍ତୁ। ପାତ୍ର କହିଛନ୍ତି ଦିଗବିଜୟ କାହିଁକି ନକ୍ସଲଙ୍କ ସହିତ ସଂପର୍କ ରଖିଛନ୍ତି, ରାହୁଲ ଗାନ୍ଧି ଓ କଂଗ୍ରେସ ଜବାବ ଦିଅନ୍ତୁ।

ସମ୍ବନ୍ଧିତ ଖବର